କୋର୍ଟରେ ହାଜର ହେଲେ ଆରୟନ୍ ଖାନ୍‌,ସେପଟେ ଶାହାରୁଖଙ୍କ ଘରେ ଚଢାଉ କରିପାରେ ଏନସିବି
Khabar Odisha:Aryan-Khan-will-appear-in-court-while-the-NCB-may-raid-Shah-Rukhs-house
ମୁମ୍ବାଇ ,ଅକ୍ଟୋବର 4(ଖବର ଓଡ଼ିଶା):

ଶାହରୁଖ୍ ଖାନ୍ ଙ୍କ ପୁଅ ଆରୟନ୍ ଖାନ୍‌ଙ୍କୁ କୋର୍ଟରେ ହାଜର କଲା ଏନସିବି । କେବଳ ଆରୟାନ୍ ନୁହେଁ ତାଙ୍କ ସହିତ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ଯାହା ସୁଚନା ମିଳୁଛି ତାଙ୍କୁ ପୁଣି ଥରେ ହେପାଜତ୍ କୁ ନେଇ ପାରେ ଏନସିବି । ସୁଚନା ଅନୁସାରେ ଗତ ଶନିବାର ଦିନ ମୁମ୍ବାଇ ରୁ ଗୋଆ ଯାଉଥିବା ଏକ ଜାହାଜରେ ଡ଼୍ରଗ୍ସ କାରବାର ଅଭିଯୋଗରେ ଅଚାନକ ଚଢାଉ କରିଥିଲେ ଏନସିବିର ସ୍ପେଶାଲ ଟିମ । 

ଫଳରେ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିବା ସହ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆରୟାନ୍ ଖାନ୍‌ଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି । କିନ୍ତୁ ଆରୟାନ୍ ଦାବି କରିଥିଲେ ଯେ ଏହି ଘଟଣାରେ ତାଙ୍କର କୌଣସି ପ୍ରକାର ସମ୍ପୃକ୍ତି ନାହିଁ ତାଙ୍କୁ ଏହି ପାର୍ଟିରେ ଗେଷ୍ଟ୍ ଆକାରରେ ଡ଼କାଯାଇଥିଲା । ହେଲେ ଏନସିବି ତାଙ୍କ ଫୋନ୍ ଜବତ କରିବା ସହ ୱାଟ୍ସ ଅପ୍ ଚାର୍ଟରୁ ବିଭିନ୍ନ ଡ଼୍ରଗ୍ସ ସମ୍ଭନ୍ଧିୟ ତଥ୍ୟ ଥିବା ଜଣାପଡ଼ିବା ପରେ ଗତକାଲି ତାଙ୍କୁ ଗିରଫ କରିଥିଲା ।

 ଗିରଫ ପରେ ବିଭିନ୍ନ ଆଡ଼ୁ ପ୍ରଶ୍ନ କରାଯିବା ପରେ ସତ ମାନିଥିଲେ ଆରୟାନ୍ ଏବଂ କହିଥିଲେ ଏହି ଡ଼୍ରଗ୍ସ ମାମଲାରେ ସେ ଗତ ୪ ବର୍ଷ ହେବ ଲିପ୍ତ ଥିଲେ । ସୁଚନା ଅନୁସାରେ ବର୍ତ୍ତମାନ ତାଙ୍କ ଓକିଲ ମଧ୍ୟ କୋର୍ଟରେ ପହଂଚି ସାରିଛନ୍ତି ।ଏହା ସହିତ ଦିଲ୍ଲୀରେ ରହୁଥିବା ୨ ଅଭିଯୁକ୍ତଙ୍କ ଘରେ ଏନସିବିର ଚଢାଉ ଜାରି ରହିଛି। ଦିଲ୍ଲୀରେ ରହୁଥିବା କିଛି ଅଭିଯୁକ୍ତଙ୍କୁ ଗିରଫ ପରେ ତାଙ୍କ ଘରେ ଏନସିବି ସର୍ଚ୍ଚ ଅପରେସନ କରୁଛି । 

ଏନସିବି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ପ୍ରକ୍ରିୟା ପରେ ଏନଡିପିଏସ୍ ଆକ୍ଟରେ ପ୍ରତ୍ୟେକ ଅଭିଯୁକ୍ତଙ୍କ ଘର ଖୋଜାଖୋଜି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏଭଳି ପରିସ୍ଥିତିରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ମୁମ୍ବାଇରେ ଅବସ୍ଥିତ ମାନ୍ନାଟରେ ଏନସିବି ସର୍ଚ୍ଚ ଅପରେସନ କରିବ ବୋଲି ପ୍ରଶ୍ନ ମଧ୍ୟ ଉଠିଛି।

  • Tags:

Subscribe

National International State Sports Entertainment