କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଲେ ଅମିତାଭ ବଚ୍ଚନ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ
Khabar Odisha:Amitabh-Bachchan-takes-Coronas-second-dose-of-vaccine-shared-photo-on-Instagram
ନୂଆଦିଲ୍ଲୀ,ମେ ୧୬ (ଖବର ଓଡ଼ିଶା):

କରୋନା ମହାମାରୀରେ ଅଭିନେତା ଠାରୁ ଆରମ୍ଭ କରି ରାଜନେତା ସମସ୍ତେ ଆକ୍ରାନ୍ତ ହେଉଥିବା ବେଳେ ଏହା ଠାରୁ ବର୍ତ୍ତିବା ପାଇଁ ଏକ ମାତ୍ର ମାଧ୍ୟମ ରହିଛି କରୋନା ଟିକା । ଯାହା ବିଭିନ୍ନ ପର‌୍ୟ୍ୟାୟରେ ଲୋକମାନଙ୍କୁ ଦିଆଯାଉଛି ।

ଏହାରି ଭିତରେ ଅମିତାଭ ବଚ୍ଚନ ତାଙ୍କର ପ୍ରଥମ ଡ଼ୋଜ୍ କରୋନା ଟିକା ନେଇଯାଇଥିବା ବେଳେ ଆଜି ଅମିତାଭ ବଚ୍ଚନ ଦ୍ୱିତୀୟ ଡୋଜ୍ କରୋନା ଟିକା ଗ୍ରହଣ କରିଛନ୍ତି ।

ଏ ନେଇ ବିଗ୍ ବି ସୋସିଆଲ ମିଡିଆରେ ଏହି ଖବର ସେୟାର କରିଛନ୍ତି। ଆଜି ଦିନ ବିଗ୍ ବି ଇନଷ୍ଟାଗ୍ରାମରେ ଟିକାକରଣ କେନ୍ଦ୍ରରୁ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ଯେ "ଦୁସ୍‌ରା ଭୀ ହୋ ଗୟା।

  • Tags:

Subscribe

National International State Sports Entertainment