ରାଷ୍ଟ୍ରପତିଙ୍କ ଠାରୁ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଲେ ଅମିତାଭ
Khabar Odisha:Amitabh-Bachan-received-Dada-saheb-falke-award-from-president
ନୂଆଦିଲ୍ଲୀ, ଡିସେମ୍ଵର ୨୯ (ଖବର ଓଡିଶା)

ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଠାରୁ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କଲେ କିମ୍ବଦନ୍ତୀ ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅସୁସ୍ଥତା କାରଣରୁ ଗତ ସୋମବାରଦିନ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେଇପାରିନଥିଲେ ଅମିତାଭ ।

ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଚଳଚ୍ଚିତ୍ର ଜଗତ, ଦର୍ଶକ, ସମର୍ଥକ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କହିଛନ୍ତି ଯେ ଏହି ପୁରସ୍କାର ଗ୍ରହଣ କରିବା ଅର୍ଥ ନୁହେଁ ଯେ ସେ ଅବସର ଗ୍ରହଣ କରୁଛନ୍ତି । ଆଉ କିଛି କାମ ବାକି ଅଛି, ତାହା ସେ ସମାପ୍ତ କରିବାକୁ ହେବ ।

ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ । ସମ୍ମାନ ଭାବେ ଏକ ସ୍ୱର୍ଣ୍ଣ କମଳ, ଏକ ସାଲ୍ ଓ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।

ଉଲ୍ଲେଖଯୋଗ୍ୟ, ୭୭ ବର୍ଷୀୟ ଅମିତାଭ ଗତ ୨୨ ତାରିଖ ଦିନ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ ତାଙ୍କୁ ପ୍ରବଳ ଜ୍ବର ହୋଇଛି ଓ ଡାକ୍ତର ତାଙ୍କୁ କେଉଁଆଡ଼େ ଯିବା ପାଇଁ ମନା କରିଛନ୍ତି, ଦିଲ୍ଳୀରେ ହେଉଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ଅମିତାଭ । ଏହା ପରେ ତାଙ୍କ ଦେହ ସୁସ୍ଥ ହେବାପରେ ପୁନଃଶ୍ଚ ପୁରସ୍କାର ପ୍ରଦାନ କରିବା ପାଇଁ ଆଜି ଦିନକୁ ନିର୍ଦ୍ଧାରିତ କରିଥିଲେ ସରକାର ।

Subscribe

National International State Sports Entertainment