୫୪ ବର୍ଷ ବୟସରେ ପାଦ ରଖିଲେ ଲୋକପ୍ରିୟ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତବୁ। ଜନ୍ମଦିନ ଉପଲକ୍ଷେ ତବୁଙ୍କୁ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରିବା ସହିତ ସେ ସବୁବେଳେ ଖୁସି ରୁହନ୍ତୁ  ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତେବେ ତବୁ ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ଏହାସହିତ ସେ ନିଜ ଫ୍ୟାନସମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
                                            
                                            Read More >