ଅଭିନେତା ମିହିର ଦାସଙ୍କୁ ଦିଆଯିବ ଗାର୍ଡ ଅଫ ଅନର୍, ଆସନ୍ତାକାଲି ହେବ ଶେଷକୃତ୍ୟ ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା): Share story: ବିଶିଷ୍ଟ ଅଭିନେତା ମହିରି ଦାସଙ୍କ ପରଲୋକ ହୋଇଛି । ଏନେଇ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ମହିର ଦାସଙ୍କ ବିୟୋଗ ଖବରକୁ ସିନେ ପ୍ରେମୀ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ହୃଦଘାତର ଶିକାର ହୋଇ ଗତ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିର ଦାସ । ମାତ୍ର ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏନେଇ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ସୂଚନା ଦେଇଛନ୍ତି । ମିହିର ଦାସଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ପୈତୃକ ବାସଭବନକୁ ନିଆଯାଇଛି । ସେଠାରେ ତାଙ୍କର ଶେଷ ଦର୍ଶନ କରାଯାଉଛି । ଏହାପରେ ତାଙ୍କର ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି । ଖବର ଓଡ଼ିଶା, Reporter, 11/01/2022