ଆଗାମୀ ଲୋକସଭା ନିର୍ବାଚନ -୨୦୨୪କୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ଜାତୀୟ ଆଇକନ୍ ଭାବରେ ଚୟନ କରିଛନ୍ତି। ଆଜି ନୂଆଦିଲ୍ଲୀର ଅଲ ଇଣ୍ଡିଆ ରେଡିଓ, ରଙ୍ଗ ଭବନରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋୟଲଙ୍କ ଉପସ୍ଥିତିରେ ସଚିନ ତେନ୍ଦୁଲକରଙ୍କ ସହ ୩ ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହା ପରେ ସଚିନ ତେନ୍ଦୁଲକର ଟିମ୍ ଇଣ୍ଡିଆ ଏବଂ ଦେଶକୁ ଭୋଟ୍ ଦେବାକୁ ଆବେଦନ କରି କହିଛନ୍ତି ଯେ ପ୍ରତ୍ୟେକ ଭୋଟ୍ ହେଉଛି ଗୋଟିଏ ବିଜୟ।
ସଚିନ ତେନ୍ଦୁଲକର ମଧ୍ୟ ଭୋଟରଙ୍କୁ ଭୋଟ୍ କେନ୍ଦ୍ର ପରିଦର୍ଶନ କରିବାକୁ ଆହ୍ୱାନ ଦେଇଛନ୍ତି। ତେନ୍ଦୁଲକର କହିଛନ୍ତି ଯେ ଗୋଟିଏ ଭୋଟର ମୂଲ୍ୟ ବିଷୟରେ ନିଜର ମତ ପ୍ରକାଶ କର । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ ଭୋଟ୍ ନ ଦିଅନ୍ତି ତେବେ ଏହାର କୌଣସି ଫରକ ପଡିବ ନାହିଁ ବୋଲି ଭାବନ୍ତୁ ନାହିଁ। ଭୋଟରଙ୍କୁ ବୁଝିବାକୁ ପଡିବ ଯେ ସେମାନଙ୍କର ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ । କ୍ରିକେଟ୍ ଭାଷାରେ ଭୋଟର ଗୁରୁତ୍ୱକୁ ବର୍ଣ୍ଣନା କରି ସଚିନ ତେନ୍ଦୁଲକର ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ। ସେ କହିଛନ୍ତି ଯେ ଟିମ୍ ଇଣ୍ଡିଆ ପାଇଁ ଓ ଦେଶ ପାଇଁ ଭୋଟ୍ ଦିଅ। ପ୍ରତ୍ୟେକ ଭୋଟ୍ ହେଉଛି ବିଜୟର ଗୋଟିଏ ରନ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୬୦୦ ମିଲିୟନ ଭୋଟରଙ୍କ ପାଇଁ ୧୦ ମିଲିୟନ ନିର୍ବାଚନ କର୍ମୀ ଅଛନ୍ତି। ମତଦାନ କେନ୍ଦ୍ର ମଧ୍ୟ କିଛି ଦୂରରେ ନୁହେଁ, କେବଳ ଦୁଇ କିଲୋମିଟର ଦୂରତା ମଧ୍ୟରେ ଅଛି । ସେଥିପାଇଁ ସମସ୍ତେ ଭୋଟ୍ କେନ୍ଦ୍ରକୁ ଭୋଟ୍ ଦେବାକୁ ଯିବାକୁ ପଡିବ, କେବଳ ଗୋଟିଏ ପଟେ ବ୍ୟାଟ୍ସମ୍ୟାନ୍ ଠିଆ ହୋଇ ମ୍ୟାଚ୍ ଜିତାଇପାରିବ ନାହିଁ । ଗଣତନ୍ତ୍ରର ଏ ପ୍ରକ୍ରିୟାରେ ଆପଣ ମାନଙ୍କୁ ସାମିଲ ହେବାକୁ ପଡିବ ।
ଅଧିକ ପଢନ୍ତୁ,ଜାତୀୟ ନିର୍ବାଚନ ଆୟୋଗଙ୍କ ସହ ସଚିନ୍ ତେନ୍ଦୁଲକରଙ୍କ ନୂଆ ଇଂନିଙ୍ଗ