ଭୁବନେଶ୍ୱର, ଫେବୃଆରୀ ୧୧(ଖବର ଓଡ଼ିଶା): ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ନୋଟା ବିକଳ୍ପ । ପୌର ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀ ଭରଷା ଯୋଗ୍ୟ ହୋଇନଥିଲେ ବା ଭୋଟର ସେହି ପ୍ରାର୍ଥୀ ମାନଙ୍କ ମଧ୍ୟରୁ କାହାକୁ ଭୋଟ୍ ଦେବାକୁ ଚାହୁଁ ନଥିଲେ ତାହାଲେ ସେମାନେ ନୋଟାରେ ଭୋଟ୍ ଦେଇ ପାରିବେ ଓ ନିଜର ଅସମର୍ଥନ ଜଣାଇ ପାରିବେ ।
ପୂର୍ବରୁ ପୌର ନିର୍ବାଚନରେ ଏଭଳି ବ୍ୟବସ୍ଥା ରହୁନଥିବା ବେଳେ ଏବର୍ଷ ଠାରୁ ପୌର ନିର୍ବାଚନରେ ମଧ୍ୟ ନୋଟା ବିକଳ୍ପ ରହିବାକୁ ଯାଉଛି । ଆଜି ଏହାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଇଭିଏମ୍ ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହେଁ ବୋଲି ଲେଖା ରହିବ । ଯେଉଁଥିରେ ଭୋଟର ଚାହିଁଲେ ନିଜ ମତଦାନ ବ୍ୟକ୍ତ କରିପାରିବେ ।