କଟକ, ମାର୍ଚ୍ଚ ୨୬(ଖବର ଓଡ଼ିଶା): ଜାରି ରହିଛି ଭୋଟ୍ ଗଣନା । ଆଉ କିଛି ସମୟର ଅପେକ୍ଷା ଏହା ପରେ ଆସିବ ଫଳାଫଳ । କଟକ ମହାନଗର ନିଗମରେ ଏଥର ବଡ଼ ବଡ଼ ହେଭିୱେଟ୍ ମଇଦାନକୁ ଓହ୍ଲାଇଥିବା ବେଳେ କଟକରେ ୩ ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।
କିଛି ଘଣ୍ଟା ପୂର୍ବରୁ କଟକରେ ମେୟର ପଦବୀରେ କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରା ଆଗରେ ରହିଥିବା ବେଳେ ଏବେ ଟ୍ରେଣ୍ଡ ବଦଳିଛି ଆଉ ଏବେ ଗିରିବାଳାଙ୍କୁ ପଛରେ ପକାଇ ଲିଡ୍ କରୁଛନ୍ତି ବିଜେଡ଼ି ମେୟର ପ୍ରାର୍ଥୀ ସୁବାସ୍ ସିଂ ଏହା ପଛକୁ ବିଜେପି ପ୍ରାର୍ଥୀ ଶ୍ରୀତମ୍ ଦାସ ରହିଛନ୍ତି ।
ବର୍ତ୍ତମାନ କଟକରେ ସୁବାସ୍ ସିଂ ବିଜେଡିରୁ ୫୫୭୨୨ ଭୋଟ୍ରେ ଲିଡ୍ କରୁଛନ୍ତି ଏହା ପଛକୁ କଂଗ୍ରେସରୁ ଗିରିବାଳା ବେହେରା ୩୩୪୬୨ ଭୋଟ୍ରେ ଆଗକୁ ବଢୁଛନ୍ତି ଶେଷରେ ଶ୍ରୀତମ୍ ଦାସ ମଧ୍ୟ ୧୯୧୩୨ ଭୋଟ୍ରେ ଆଗକୁ ବଢୁଛନ୍ତି ।