ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୮.୪୪ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥି ସହିତ ରାଜ୍ୟରେ ସୁରୁଖୁରୁରେ ନିର୍ବାଚନ ଚାଲିଛି । ଅପରାହ୍ନରେ ଆହୁରି ମତଦାନ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ତେବେ ଅପରାହ୍ନ ୬ଟା ଭିତରେ ଭୋଟରଙ୍କୁ ଭୋଟ ପାଇଁ ସୁଯୋଗ ମିଳିବ ବୋଲି କୁହାଯାଇଛି । ସବୁ ବୁଥରେ ପୋଲିସ ଅଧିକାରୀ ନିୟୋଜିତ ରହିଛନ୍ତି । ଅନ୍ୟପଟେ କୌଣସି ଜାଗାରେ ବଡ଼ ବିଶୃଙ୍ଖଳା କିମ୍ବା କୌଣସି ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିନି । ଆଜି କୁଚିଣ୍ଡା ଓ ରେଢାଖୋଲରେ ଅପରାହ୍ନରେ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଜାରି ରହିବ । ସେହିଭଳି ଦେବଗଡରେ ୫ ଟାରେ ସରିବ ଭୋଟିଂ । ରାଜ୍ୟର ଅନ୍ୟାନ୍ୟ ଜାଗାରେ ସ୍ଵାଭାବିକ ଭାବେ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଆଜି ଛେଣ୍ଡିପଦା ୮୪ ନମ୍ୱର୍ ବୁଥରୁ ଯେଉଁ ସବୁ ଅପ୍ରୀତିକର ସ୍ଥିତିର ଭିଡିଓ ଆସିଛି ତାହାକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ :- ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ