ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ପ୍ରତି ଉପହାସ, ମଧ୍ୟାହ୍ନ ଭୋଜନରେ ଅନିୟମିତତା, ପ୍ରଶ୍ନ କରିବାରୁ ସ୍କୁଲରୁ ତଡିଦେଲେ ପ୍ରଧାନଶିକ୍ଷକ
Khabar Odisha:state-odisha-mismanagement-in-mid-day-meal-of-gopalpur-primary-school
ଜଗତସିଂହପୁର, ସେପ୍ଟେମ୍ବର ୦୪ (ଖବର ଓଡିଶା) :

 ଭୁଷୁଡିବାରେ ଲାଗିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା । ମଧ୍ୟାହ୍ନ ଭୋଜନର ଅନିୟମିତତା ନେଇ ଅଭିଭାବକ ପ୍ରଶ୍ନ କରିବାରୁ ଏଠି ପିଲାମାନଙ୍କୁ ପ୍ରଧାନଶିକ୍ଷକ ବିଦ୍ୟାଳୟରୁ ବାହାର କରି ଦେଉଛନ୍ତି । ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ୨ଜଣ ଅଭିଭାବକ ମଧ୍ୟାହ୍ନ ଭୋଜମକୁ ନେଇ ପ୍ରଶ୍ନ କରିବାରୁ ଆଜକୁ ବର୍ଷେ ହେଲା ତାଙ୍କର ୪ଜଣ ପିଲା ଶିକ୍ଷାରୁ ବଞ୍ଚିତ ଅଛନ୍ତି । ସେହି ସମୟରେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ବିରୋଧରେ ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି କହିଛନ୍ତି । ତେବେ ଏଠି ଭୁଲ କାହାର । 

ଗୋପାଳପୁର ସ୍କୁଲରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଡାଲି ଚାଉଳ ସବୁକୁ ବାହାରେ ବିକ୍ରୀ କରାଯାଉଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଗ୍ରାମର ଦିଲ୍ଲୀପ ସାହୁ ଏବଂ ମଙ୍ଗୁ ଦଳାଇ । ପିଲାମାନଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗେଇ ଦିଆଯାଉଥିବା କାରଣରୁ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ବିଦ୍ୟାଳୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସଂପୃକ୍ତ ଘଟଣା ପାଇଁ ସ୍କୁଲର ପ୍ରଧାନଶିକ୍ଷକ ଉତକ୍ଷିପ୍ତ ହୋଇ ତାଙ୍କ ପିଲାମାନଙ୍କୁ ସ୍କୁଲରୁ ବାହାରି ଯିବାପାଇଁ କହିଥିଲେ । ଏହାପରେ ଦୀର୍ଘ ବର୍ଷେ ହେଲା ମଙ୍ଗୁ ଏବଂ ଦିଲ୍ଲୀପଙ୍କର ୪ଜଣ ପିଲା ଶିକ୍ଷାଠାରୁ ବଞ୍ଚିତ ଅଛନ୍ତି । ଯାହାକି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଯୋଜନା ପ୍ରତି ଏକ ଉପହାସ ସୃଷ୍ଟି କରୁଛି । 

ତେବେ କେବଳ ଦିଲ୍ଲୀପ ଏବଂ ମଙ୍ଗୁଙ୍କର ପିଲା ନୁହେଁ ସ୍କୁଲରେ ରୋଷେଇ କରିବାକୁ ଆସୁଥିବା ପାଚିକା ପ୍ରଶ୍ନ କରିବାରୁ ତାଙ୍କୁ ମଧ୍ୟ ପ୍ରଧାନଶିକ୍ଷକ ଛଟେଇ କରିଥିବା ଅଭିଯୋଗ ହୋଇଛି । ଅପର ପକ୍ଷରେ ଏହି ସମସ୍ତ ଅଭିଯୋଗ ଉଦ୍ଦେଶ୍ୟମୂଳକ, ତାଙ୍କୁ ଜାଣିଶୁଣି ବଦନାମ କରାଯାଉଛି ବୋଲି ପ୍ରଧାନଶିକ୍ଷକ ସଫେଇ ଦେଇଛନ୍ତି । ତେବେ ବିଦ୍ୟାଳୟର ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ହୋଇଥିବା ଅପ୍ରୀତିକର ପରିସ୍ଥିତି କାରଣରୁ ପିଲାମାନଙ୍କ ଭବିଷ୍ୟତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Subscribe

National International State Sports Entertainment