ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ସ୍ବତନ୍ତ୍ର OTET ପରୀକ୍ଷା ଫଳ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ମୋଟା ୪୮ ହଜାର ୧୫୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ କୃତକାର୍ଯ୍ୟ କରିଛନ୍ତି।
ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ। ସେଥିମଧ୍ୟରୁ ପରୀକ୍ଷା ଦେଇଥିଲେ ମୋଟ ୭୨ହଜାର ୪୧୩ଜଣ ପରୀକ୍ଷାର୍ଥୀ । ପେପର-I ରେ ୧୨ହଜାର ୯୮୮ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୪୭.୧୭ପ୍ରତିଶତ ରହିଛି । ସେହିପରି ପେପର-IIରେ ୩୫ହଜାର ୧୬୫ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ ହାର ୭୮.୩୫ପ୍ରତିଶତ ରହିଛି। ମୋଟ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬.୫୦ପ୍ରତିଶତ ପାସ ରହିଥିବା ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ୱେବସାଇଟ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ଥିବାବେଳେ ଆପଣମାନେ ଏଥିରେ ଫଳାଫଳ ଦେଖିପାରିବେ।
ଅଧିକ ପଢନ୍ତୁ: CBSE ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାର ଚୂଡ଼ାନ୍ତ ତାରିଖ ପ୍ରକାଶ; ୧୧୦ ଦିନ ପୂର୍ବରୁ ପ୍ରକାଶ ପାଇଲା ସୂଚୀ