ଭୁବନେଶ୍ୱର: ଓଏସ୍ଏସଟିଇଟି -୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ନ ୪ଟା ପରଠୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି । ମୋଟ ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ବିଏସ୍ଇର ସୂଚନା ମୁତାବକ, ଗତ ଜାନୁଆରୀ ୨୧ ଓଏସ୍ଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୫୬ ହଜାର ୪୫୬ ପରୀକ୍ଷାର୍ଥୀ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ହାରାହାରି ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଜି ଅପରାହ୍ନ ୪ଟା ପରଠୁ ବିଏସ୍ଇର ଅଫିସିଆଲ୍ ୱେବ୍ ସାଇଟ୍ ରେ http://bseodisha.ac.in ରେ ପରୀକ୍ଷା ଫଳ ଦେଖିହେବ । ସନ୍ଧ୍ୟା ୫ଟା ପରଠୁ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଶୁଳ୍କ ଦେଇ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସେହପରି ଯେଉଁମାନେ ପରୀକ୍ଷା କୃତକାର୍ଯ୍ୟ ହୋଇନାହାଁନ୍ତି ସେମାନେ ନିଜର ଓଏମ୍ଆର୍ ଉତ୍ତର ପତ୍ର ଡାଉନଲୋଡ୍ କରିପାରିବେ । ଏହା ଆଜି ସନ୍ଧ୍ୟା ୫ଟାରୁ ଏପ୍ରିଲ ୧୭ ତାରିଖ ଯାଏ ଏହି ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ ।