ପ୍ରକାଶ ପାଇଲା IAS ରେଜଲ୍ଟ
Khabar Odisha:UPSC-Civil-Services-Exam-Results-declared-Ishita-Kishore-topper
ଖବର ଓଡିଶା : 23/05/2023

ପ୍ରକାଶ ପାଇଲା ୨୦୨୨ IAS ରେଜଲ୍ଟ l UPSC ଦ୍ୱାରା ପରିଚାଳିତ IAS ରେଜଲ୍ଟ ପ୍ରକାଶ l ମୋଟ ୯୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l IAS ସ୍ଥରରେ ୧୮୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ IFS ସ୍ଥରରେ ୩୮ଜଣ ଓ IPS ସ୍ଥରରେ ୨୦୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ଇଷିତl କିଶୋରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଗରିମା ଲୋହିଆ ଓ ତୃତୀୟ ସ୍ଥାନରେ ଉମ ହାରlଥୀ ଏନ୍ ରହିଛନ୍ତି l ୬୭ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର କସ୍ତୁରୀ ପଣ୍ଡା l 

 ତେବେ ଚଳିତ ବର୍ଷ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ l ପ୍ରଥମ ୪ ଟପ୍ପର ହୋଇଛି ୪ଜଣ ଝିଅ l ତେବେ ପ୍ରଥମ ସ୍ଥାନରେ ଇଷିତl କିଶୋରୀ ରହିଛନ୍ତି l ସେ ସର୍ବଭାରତୀୟ IAS ସ୍ଥରରେ ଟପ୍ପର ହୋଇଛନ୍ତି l ତାପରେ ଦ୍ଵିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମ ହାରlଥୀ ଏନ୍ ଏବଂ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରl ରହିଛନ୍ତି l ସେହିପରି ତାଲିକାର ୬୭ତମ ରାଙ୍କରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା l ସେହିପରି ୩୬୩ତମ ସ୍ଥାନରେ ଦିବ୍ୟା ଜୈନ୍‌ ଓ ୫୧୬ତମ ସ୍ଥାନରେ ତେଜସ୍ୱିନୀ ବେହେରା ଅଛନ୍ତି । ଗତ ଜୁନ ୫, ୨୦୨୨ରେ ସର୍ବଭାରତୀୟ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହୋଇଥିଲା l ମେନ ପରୀକ୍ଷା ସେପ୍ଟେମ୍ବର ୧୬ ରୁ ୨୫ ଯାଏଁ ଚାଲିଥିଲା l ଏହାପରେ ମେ ୧୮ରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା l 

Subscribe

National International State Sports Entertainment