ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ. ପାସ୍ ହାର ୯୦.୫୫ ପ୍ରତିଶତ
Khabar Odisha:This-years-matriculation-results-have-been-released-The-pass-rate-is-9055-percent
ଭୁବନେଶ୍ୱର, ଜୁଲାଇ ୬(ଖବର ଓଡିଶା):

ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି । ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରେଜଲ୍ଟ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ରହିଛି ୯୦.୫୫ ପ୍ରତିଶତ । 

ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୭ ହଜାର ୮୪୭ ଜଣ ପାସ କରିଛନ୍ତି । ଏହାସହିତ ୮ ହଜାର ୬୯୯ ଜଣ ଫେଲ୍ ହୋଇଛନ୍ତି । 

ସେହିପରି ୨ ଲକ୍ଷ ୫୬ ହଜାର ୮୭୭ ଜଣ ଛାତ୍ର ପାସ୍ କରିଥିବା ବେଳେ ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ପାସ୍ କରିଛନ୍ତି ।

  • Tags:

Subscribe

National International State Sports Entertainment