ଘରୋଇ ସ୍କୁଲ ଫି ଛାଡ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ!
Khabar Odisha:The-issue-of-waiver-of-private-school-fees-is-out-of-the-control-of-the-state-government

ଭୁବନେଶ୍ୱର : ରାଜ୍ୟରେ ଘରୋଇ ସ୍କୁଲ ଗୁଡିକରେ ନିୟମିତ ଭାବରେ ସ୍କୁଲ ଫି ବୃଦ୍ଧି ଅବିଭାବଙ୍କ ଚିନ୍ତା ବଢାଇଛି । ସ୍କୁଲ ଫି ହ୍ରାସକୁ ନେଇ ଅନେକ ଥର ଆନ୍ଦୋଳନ ମଧ୍ୟ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନଦେବାରୁ ବାଧ୍ୟ ହୋଇ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ଜବାବ୍ ମାଗିଥିଲେ ।

ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ କରାଯାଇଛି ଯେ ଘରୋଇ ସ୍କୁଲ ଫି ବୃଦ୍ଧିରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ ଏନେଇ ରାଜ୍ୟରେ କୌଣସି ପଲିସି ନାହିଁ । ଏହାଛଡା ରାଜ୍ୟରେ ସରକାରୀ ସ୍କୁଲ ଥାଉ ଥାଉ ଅବିଭାବକମାନେ କାହିଁକି ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପଢାଉଛନ୍ତି ବୋଲି ମଧ୍ୟ ଯୁକ୍ତି ବାଢିଛନ୍ତି ରାଜ୍ୟ ସରକାର । 

ଗୋଟିଏ ପଟେ ସରକାରୀ ସ୍କୁଲ ଗୁଡିକରେ ରେଜଲ୍ଟ ଶୂନ ହେବା ସହିତ ପିଲା ନ କମ୍ ଥିବାରୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ କରିବା ବେଳେ ଅନ୍ୟପଟେ ଅବିଭାବଙ୍କ ମାନେ କାହିଁକି ଘରୋଇ ସ୍କୁଲ ରେ ନିଜ ପିଲାଙ୍କୁ ପଢାଉ ନାହାନ୍ତି ବୋଲି ଯୁକ୍ତି ନିହାତି ଭାବରେ ହାସ୍ୟାସ୍ପଦ । 

ପଞ୍ଜାବ, ହରିୟାନା ଭଳି ଆହୁରି କେତେକ ରାଜ୍ୟରେ ଘରୋଇ ସ୍କୁଲ ଫିକୁ ନିୟନ୍ତ୍ରଣ କରିବା ପାଇଁ ଆଇନ୍ ରହିଛି ଯାହା ଦ୍ୱାରା ସେହି ସବୁ ରାଜ୍ୟରେ ଘରୋଇ ସ୍କୁଲ ଫି ନିୟନ୍ତ୍ରଣରେ ରହିଛି । କିନ୍ତୁ ଓଡ଼ିଶାରେ ଏଥି ପାଇଁ କୌଣସି ଆଇନ୍ ନାହିଁ ଯାହା ଦ୍ୱାରା ଏବେ ରାଜ୍ୟରେ ଘରୋଇ ସ୍କୁଲ ଫି ଚିନ୍ତା ସବୁ ଅବିଭାବକଙ୍କ ବଡ ମୁଣ୍ଡ ବିନ୍ଧା ପାଲଟିଛି ।

  • Tags:

Subscribe

National International State Sports Entertainment