ସେପ୍ଟେମ୍ବର ୩୦ ଯାଏ ଜାରି ରହିବ ଓଡିଶା ପବ୍ଲିକ ସର୍ଭିସ କମିସନ ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଖବର ଓଡିଶା): Share story: ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ ଓଡିଶା ପବ୍ଲିକ ସର୍ଭିସ କମିସନ ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା। ତେବେ ଏହି ସମୟ ମଧ୍ୟରେ ୟୁପିଏସ୍ସି ପରୀକ୍ଷା ମଧ୍ୟ ହେଉଛି। ସେଥିପାଇଁ ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମୁଖ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଯଦି ଅସୁବିଧା ହୁଏ ତେବେ ସେମାନେ ସାକ୍ଷାତକାର ତାରିଖ ବଦଳାଇପାରିବେ। ମାତ୍ର ନିଜର ସାକ୍ଷାତାକାର ତାରିଖ ବଦଳାଇବାକୁ ହେଲେ ପ୍ରାର୍ଥୀ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ। ତେବେ ଏନେଇ ଓପିଏସ୍ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି ଟୁଇଟ୍ କରି ସୂଚନା ଦେଇଛନ୍ତି। ଖବର ଓଡ଼ିଶା, Reporter, 10/09/2022