ଏପ୍ରିଲ ୧୩ ତାରିଖ ଯାଏଁ ଓଜେଇଇ ଆବେଦନ, ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ହେବ ପରୀକ୍ଷା ଭୁବନେଶ୍ୱର, ମାର୍ଚ୍ଚ ୧୪(ଖବର ଓଡିଶା): Share story: ଏପ୍ରିଲ ୧୩ ତାରିଖ ଯାଏଁ ଓଜେଇଇ ଆବେଦନ । ଓଜେଇଇ-୨୦୨୨ ପାଇଁ ଆନଲାଇନରେ ଆବେଦନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି । ସେହିପରି ମାର୍ଚ୍ଚ ୧୪ରୁ ଏପ୍ରିଲ ୧୩ ଯାଏଁ ଅନଲାଇନରେ ଆବେଦନ କରିହେବ । ଏହି ପରୀକ୍ଷା ଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ଓଜେଇଇ ୱେବ୍ ସାଇଟ୍ରେ ଆବେଦନ କରିପାରିବେ । ଓଜେଇଇ ମାଧ୍ୟମରେ ହେଉଥିବା ପ୍ରବେଶିକା ପରୀକ୍ଷା କମ୍ପୁଟର ଭିତ୍ତିକ ପରୀକ୍ଷା ମାଧ୍ୟମରେ ହେବ । ସୂଚନା ଅନୁସାରେ, ସରକାରୀ ନିୟମ ଅନୁସାରେ ରାଜ୍ୟ ବାହାରର ଛାତ୍ରଛାତ୍ରୀମାନେ ଓଡିଶାର ସରକାରୀ କଲେଜଗୁଡିକରେ ନାମ ଲେଖାଇପାରିବେ ନାହିଁ । ହେଲେ ସେମାନେ ଘରୋଇ କଲେଜଗୁଡିକରେ ନାମ ଲେଖାଇପାରିବେ । ଖବର ଓଡ଼ିଶା, Reporter, 14/03/2022