ଭୁବନେଶ୍ବର, ନଭେମ୍ବର ୧୮ (ଖବର ଓଡ଼ିଶା):
ଆସନ୍ତା ନଭେମ୍ବର ମାସ ୨୪ ତାରିଖ ଦିନ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ,ଭୂବନେଶ୍ବର ଠାରେ ୨୦୧୩ ବ୍ୟାଚରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ ହେବା ତଥା ଜାଣିସୁଣି ସରକାରୀ ଦପ୍ତରରେ ହଇରାଣ ହରକତ୍ କରିବା ପ୍ରତିବାଦରେ ପ୍ରାୟ ୪୦୦୦ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଅନସନରେ ବସିବେ ବୋଲି ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ଶୁଭ୍ରଜିତ୍ ପ୍ରତିହାରୀ କହିଛନ୍ତି।
ସୂଚନା ଥାଉକି ଓଡିଶା ସରକାରଙ୍କର ଏକ ବିଧିବୋଧ ନିୟମ ଏବଂ ସମୟ ରହିଛି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ନିୟମିତ କରିବା ପାଇଁ।କିନ୍ତୁ ଏହି ନିୟମକୁ ଖୁଲମ୍-ଖୁଲ୍ଲା ଉଲଙ୍ଗନ କରାଯାଉଛି। ୨୦୧୩ ବ୍ୟାଚ୍ ରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଆଜିକୁ ଚାକିରି କରିବାର ୮ ବର୍ଷ ସମୟ ଅତିବାହିତ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ।ସରକାରଙ୍କର ବିଭିନ୍ନ ଦପ୍ତର ରେ ବିଭିନ୍ନ ବାହାନା ଦେଖାଇ ଫାଇଲକୁ ଚପାଇଦିଆଯାଉଛି।
ସରକାରଙ୍କର ନିୟମ ରହିଛି ଜଣେ ଚାକିରି କରିବାର ୬ ବର୍ଷ ସମୟ ପୂରଣ ହେଲେ ସେ ନିୟମିତ ହେବ।କିନ୍ତୁ ଏହି ୨୦୧୩ ବ୍ୟାଚ୍ ରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ୮ ବର୍ଷ ସମୟ ପୂରଣ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ।ବିଭିନ୍ନ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କର ଏପରି ଖାମ୍ଖିଆଲି କାର୍ଯ୍ୟ ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପ୍ରତି ଅବହେଳିତ ମୋନୋଭାବକୁ ବିରୋଧ କରି ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଏହାର ପ୍ରତିବାଦ ତଥା ୨୦୧୩ ବ୍ୟାଚ୍ ର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଅନସନରେ ବସିବେ ବୋଲି ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି,ସଭାପତି ଶ୍ରୀଯୁକ୍ତ ଶୁଭ୍ରଜିତ୍ ପ୍ରତିହାରୀ,ସାଧାରଣି ସଂପାଦକ ନିରୋଦ୍ ରଥ,କାର୍ଯ୍ୟକାରୀ ସଂପାଦକ ବିଶ୍ବଜିତ୍ ବିଶ୍ବାଳ,କାର୍ୟ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ଜେନା,ଦେବାଶିଷ ନାୟକ,ସୌମ୍ୟରଞ୍ଜନ୍ ପ୍ରଧାନ,ସୌମ୍ୟରଞ୍ଜନ ମଲ୍ଲିକ୍,ଶୁଭସୁନ୍ଦର ପଣ୍ଡା,ଶିବଶଙ୍କର ସାମଲ୍,ଅଜୟ ସାହୁ,ମନୋହର ଦାସ୍,ଦିଲ୍ଲିପ୍ ବରିହା,ରତିକାନ୍ତ ସାହୁ,ଜନକ ସାହୁ,ସୁରେଶ ନାୟକ,ରାଜେଶ୍ ଶୁଭଙ୍କର,ନିର୍ମଳ ସ୍ବାଇଁ,ପ୍ରଳୟ ଭୁୟାଁ,ପ୍ରତାପ୍ ସାମଲ୍,ଚିନ୍ମୟ ମହାପାତ୍ର,ପ୍ରଣବ ବିଶ୍ବାଳ ଏବଂ ନମିତା ବିଷୟୀ ନିଷ୍ପତି ନେଇଛନ୍ତି।