ଏଣିକି ନିଜ ଭାଷାରେ ଦିଆଯିବ ବୈଷୟିକ ଶିକ୍ଷା
Khabar Odisha:Technical-Course-to-be-offered-in-regional-language-from-2021

ନୂଆଦିଲ୍ଲୀ : ବୈଷୟିକ ଶିକ୍ଷା ଦାନରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଣିକି ଆଞ୍ଚଳିକ ଭାଷାରେ ପିଲାମାଡ଼ଭ୍‌କୁ ଦିଆଯିବ ବୈଷୟିକ ଶିକ୍ଷା । ବୈଷୟିକ ଶିକ୍ଷାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ଶିକ୍ଷା ବର୍ତମାନ ପର୍ଯ୍ୟନ୍ତ କେବଳ ଇଂରାଜି ଭାଷାରେ ପ୍ରଦାନ କରାଯାଉଥିଲା । ମାତ୍ର ଆଗାମୀ ଶିକ୍ଷା ବର୍ଷରୁ ଦେଶରେ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ଆଞ୍ଚଳିକ ଭାଷାରେ ଶିକ୍ଷା ଦିଆଯିବ ।

ଆସନ୍ତା ଶିକ୍ଷାବର୍ଷରୁ ଇଞ୍ଜିନିୟରିଂ ସହିତ ସମସ୍ତ ବୈଷୟିକ ପାଠ୍ୟକ୍ରମରେ ମଧ୍ୟ ଆଞ୍ଚଳିକ ଭାଷାରେ ଶିକ୍ଷା ଦିଆଯିବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।

ବର୍ତମାନ ଠାରୁ ଆଗାମୀ ଶିକ୍ଷା ବର୍ଷରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସିଲାବସ୍ ପ୍ରସ୍ତୁତ କରାଯିବ । ବିଶେଷ ଭାବରେ ଜେଇ ମେନ୍ ଓ ନିଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଏହା ଲାଗୁ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏଥିପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଜେଇ ମେନ୍ ଆଗାମୀ ଶିକ୍ଷା ବର୍ଷରୁ ହିନ୍ଦୀ, ଇଂରାଜୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରିବା କରିବାକୁ ସ୍ଥିର କରିସାରିଥିବା ବେଳେ ଏପର୍ଯ୍ୟନ୍ତି ନିଟ୍ ର ଆଭିମୁଖ୍ୟ ସ୍ପଷ୍ଟ ହୋଇ ନାହିଁ ।

  • Tags:

Subscribe

National International State Sports Entertainment