ଆଜି ହେଉଛି ଗୁରୁ ଦିବସ । ବାପା ମାଆ ଙ୍କ ପରେ ଗୁରୁ ହିଁ ତୃତୀୟ ମଣିଷ ଯିଏ ଆମକୁ ଦୁନିଆ ଭିଡରେ ଆଉଜଣେ ମାର୍ଗଦର୍ଶକ ଅଟନ୍ତି । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପବିତ୍ର ଓ ପରିବ୍ୟାପ୍ତ ତାହାର ଆକଳନ କରିବା ବେଶ କଷ୍ଟ । ପବିତ୍ର ଗୁରୁ ଦିବସ ଉପଲକ୍ଷେ ଟ୍ୱିଟ କରି ସମସ୍ତ ଶିକ୍ଷକ ଏବଂ ପରାମର୍ଶଦାତାଙ୍କୁ ଶୁଭେଚ୍ଛା ସହ ଗଭୀର କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି । ଶିକ୍ଷକମାନେ ସୁସ୍ଥ ମାନସିକତା ସହ ପରିବର୍ତ୍ତନଶୀଳ ପରିବର୍ତ୍ତନ ମାଧ୍ୟମରେ ଛାତ୍ରଙ୍କୁ ଅନୁକୂଳ ଏବଂ ମାର୍ଗଦର୍ଶନ ଦେବା ଜରୁରୀ । ଶିକ୍ଷକ ଦିବସରେ, ସମସ୍ତ ଶିକ୍ଷକ ଏବଂ ପରାମର୍ଶଦାତାଙ୍କୁ ମୋର ଗଭୀର କୃତଜ୍ଞତା, ଯେଉଁମାନେ ଶିକ୍ଷାର୍ଥୀମାନଙ୍କର ଜୀବନକୁ ପ୍ରେରଣା ଦିଅନ୍ତି, ସ୍ୱପ୍ନ ସୃଷ୍ଟି କରନ୍ତି ଏବଂ ସମୃଦ୍ଧ କରନ୍ତି । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଅଧିକ ପଢନ୍ତୁ;- ଆଜି ହେଉଛି ଗୁରୁ ଦିବସ