ଏଣିକି ସରକାରୀ ସ୍କୁଲ ପିଲାଙ୍କୁ ବି ଦିଆଯିବ ନୋଟ୍ ବୁକ୍ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
Khabar Odisha:Students-of-government-schools-will-now-be-given-note-books
ଖବର ଓଡିଶା : 25/02/2023

 ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କଣ ପାଠ ପଢାଉଛନ୍ତି ସେ ନେଇ ନୋଟ୍ ବୁକରେ ଉଲ୍ଲେଖ ରହିବ । ଯାହା ଫଳରେ ଅଭିଭାବକ ମାନେ ଜାଣିପାରିବେ ପିଲା କଣ ପଢୁଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ । ଗତକାଲି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଗାମୀ ଆର୍ଥିକ ବର୍ଷ ପାଇଁ ଶିକ୍ଷା ପାଇଁ ମୋଟ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ବଜେଟ୍ ଉପସ୍ଥାପନ ପରେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତୁ, ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ । ତାଙ୍କ କହିବା ମୁତାବକ,ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲର ପିଲାଙ୍କୁ ମଧ୍ୟ ନୋଟ୍ ବୁକ ଦିଆଯିବ । ଏହି ନୋଟ ବୁକରେ ପିଲାଙ୍କୁ ହୋମ୍ ୱାର୍କ ଦିଆଯିବା ସହିତ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ଏହାସାହାଯ୍ୟରେ ପିଲାମାନେ ସ୍କୁଲରେ କଣ ପାଠ ପଢୁଛନ୍ତି ସେ ନେଇ ଅଭିଭାବକ ମାନେ ଜାଣିପାରିବେ । ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ରୁ ହେବ । ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବକୁ ପହଂଚିଛି । ମାର୍ଚ୍ଚ ୧୦ ରେ ମାଟ୍ରିକ ପରୀକ୍ଷା । ସଠିକ ଭାବେ ପରୀକ୍ଷା ପରିଚାଳନା ହେବ, କରୋନା ସମୟରେ ବି ଭଲ ପରିଚାଳନା ହୋଇଥିଲା । ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି, କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବା କୁ ଚେତାବନୀ ଦେଇଛନ୍ତି । ଏକଥା ଆମ ନଜର କୁ ଆସିଛି । ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ । ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ଥିବା ଶିକ୍ଷକ ପଦବି ପୂରଣ ହେବ। ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲଗୁଡ଼ିକରେ ମାସ ଟିଚର ନିଯୁକ୍ତି କରାଯିବ। ଏନେଇ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Subscribe

National International State Sports Entertainment