ଖବର ଓଡିଶା : 18/05/2023
ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ । ତେବେ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଆଜି ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ସେ କହିଛନ୍ତି ଯେ, ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରିନଥିଲା । ଖୁବଶୀଘ୍ର ତାରିଖ ଘୋଷଣା କରାଯିବାପରେ ପରୀକ୍ଷା କରାଯିବ । ଅନ୍ୟପକ୍ଷରେ ୨୩ ତାରିଖରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି ସୂଚନା ଦେଇଛନ୍ତି। ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ଛାତ୍ରଛାତ୍ରୀମାନେ ଅଫ୍ଲାଇନଆ ଆବେଦନ କରିପାରିବେ ବୋଲି ସେ କହିଛନ୍ତି।
ତେବେ ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୬.୪ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ରହିଛି । ମୋଟ ୫ଲକ୍ଷ ୧୬ ହଜାର ୪୨୬ ପିଲା ପାସ୍ କରିଛନ୍ତି । କଟକ ଓ ଜଗତସିଂପୁର ଜିଳ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି । ମାଲକାନଗିରିରେ ସର୍ବନିମ୍ନ ପାସ ହାର ୯୨.୬୮ ପ୍ରତିଶତ ରହିଛି । ଏ-ୱାନରେ ୪ହଜାର ୧୫୮ ଜଣ , ଏ-ଟୁ ରେ ୨୯ ହଜାର ୮୩୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।