ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଧର୍ମଗଡ ବ୍ଲକ ଜୟନ୍ତପୁର ବିଦ୍ୟାୟଳରେ ଆନ୍ଦୋଳନର ଡାକରା ଦେଇ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଥିବାବେଳେ ପିଲାଙ୍କ ପାଠପଢାରେ ସମସ୍ୟା ଦେଖାଦେଉଛି । ଏଥିପାଇଁ ଶିକ୍ଷକ ନିଯୁକ୍ତି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଗ୍ରାମବାସୀଙ୍କ ସହ ଧାରଣା ଦେଇଛନ୍ତି । ଏପରିକି ସେମାନଙ୍କୁ ବୁଝାଇବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆସିଥିବାବେଳେ ତାଙ୍କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଏ ଦିଗରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇ ତୁରନ୍ତ ଏ ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଉପ-ବ୍ଲକ ଶିକ୍ଷା ଅଧିକାରୀ ।