ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡ଼ୁଛନ୍ତି
Khabar Odisha:State-Education-govt-school-students-Leaving-School-without-completing-Study
ଭୁବନେଶ୍ୱର, ଫେବୃଆରୀ ୨୬ (ଖବର ଓଡ଼ିଶା):

ଶିକ୍ଷାରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପମାନ ନେଉଛନ୍ତି । ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ଓ ପୋଷାକ ବଣ୍ଟନ କରୁଛନ୍ତି। କିନ୍ତୁ ଅଧାରୁ ପାଠପଢ଼ା ଛାଡୁଛନ୍ତି ଛାତ୍ରଛାତ୍ରୀ । ରାୟଗଡ଼ାରେ ସର୍ବାଧିକ ପିଲା ପାଠ ଛାଡ଼ୁଥିବା ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆଜି ବିଧାନସଭାରେ ଉଠିଛି ଛାତ୍ରଛାତ୍ରୀ ପାଠ ଛାଡ଼ିବା ପ୍ରସଙ୍ଗ । ପ୍ରାଥମିକ ଶିକ୍ଷା ସ୍ତରରେ ରାୟଗଡ଼ାରେ ସର୍ବାଧିକ ୧୧.୬୭ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। କେନ୍ଦ୍ରାପଡ଼ାରେ ଏହି ହାର ୮.୯୩ ପ୍ରତିଶତ ଥିବା ବେଳେ କଳାହାଣ୍ଡିରେ ୮.୪୬% ରହିଛି। ପ୍ରାଥମିକ ବିଦ୍ୟାଳୟ ସ୍ତରରେ ରାୟଗଡ଼ାରେ ସର୍ବାଧିକ ୧୭.୧୦ପ୍ରତିଶତ ପିଲା ଅଧାରୁ ପାଠ ଛାଡ଼ୁଥିବା ବେଳେ ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡ଼ୁଛନ୍ତି। ସେହିପରି ମାଧ୍ୟମିକ ସ୍ତରରେ ପୁରୀରେ ସର୍ବାଧିକ ୧୦.୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖିଛନ୍ତି ।

  • Tags:

Subscribe

National International State Sports Entertainment