ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା, କରୋନା ଓ ଖରାକୁ ଦୃଷ୍ଟିରେ ରଖି କରାଯାଇଛି ସମସ୍ତ ବନ୍ଦୋବସ୍ତ ଭୁବନେଶ୍ୱର, ଏପ୍ରିଲ ୨୮(ଖବର ଓଡିଶା): Share story: ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ,ବାଣିଜ୍ୟ, ଧନ୍ଦାମୂଳକ ଥୁଓରି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ କଳା ଓ ବାଣିଜ୍ୟ ବିଭାଗର ଓଡିଆ ବିଷୟ ପରୀକ୍ଷା ରହିଛି । ମେ ୯ ତାରିଖରୁ ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ । ପ୍ରତିଦିନ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହେଉଛି । ୩୦ମିନିଟ ପୂର୍ବରୁ ପରୀକ୍ଷାର୍ଥ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଛନମ୍ତି । ତେବେ ଚଳିତ ବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ ହୋଇଛି । କରୋନା ପାଇଁ ଦୁଇ ବର୍ଷ ପରେ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିପରି ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯାଇଛି । ଖବର ଓଡ଼ିଶା, Reporter, 27/04/2022