ପାଟନା: କଂସୋର୍ଟିୟମ ଅଫ ନ୍ୟାଶନାଲ ଲ ୟୁନିଭର୍ସିଟି ତରଫରୁ କ୍ଲାଟ-୨୦୨୫ ପାଇଁ ଜୁଲାଇ ୨୫ ତାରିଖ ଠାରୁ ପଂଜୀକରଣ ଆରମ୍ଭ ହେଉଛି। ଏହାର ଅନ୍ତିମ ତାରିଖ ଅସନ୍ତା ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି। ପ୍ରାର୍ଥୀମାନେ ଦେଶବ୍ୟାପୀ ୨୪ଟି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପାଖପାଖି ୩୫୦୦ ସିଟ୍ ପାଇଁ ନାମାଙ୍କନ ଲାଗି ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ।
ପ୍ରବେଶିକା ପରୀକ୍ଷା ଡିସେମ୍ବର ୧ ତାରିଖ ଠାରୁ ଅନ୍ଲାଇନ୍ ମାଧ୍ୟମରେ କରାଯିବ। ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ ଏହି ପରୀକ୍ଷା ଆୟୋଜନ କରାଯିବ। ୨୦୨୫ରେ ଦ୍ବାଦଶ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଦ୍ୟାର୍ଥୀମାନେ ବ୍ୟାଚଲର ଆଣ୍ଡ ଏଲଏଲବି କରିବାକୁ ଆଗ୍ରହ ପ୍ରକାଶ କରୁଥିବା ପ୍ରାର୍ଥୀ ମାଷ୍ଟର ଲେବେଲ ଆଇନ ବିଷୟରେ ନାମାଙ୍କନ ପାଇଁ ଆବେଦନ କରିପାରିବେ।
ଆଶାୟୀ ପ୍ରାର୍ଥୀମାନେ ୱେସାଇଟ୍ https://consortiumofnlus.ac.in/କୁ ଯାଇ ବିଜ୍ଞପ୍ତି ଦେଖିପାରିବେ। ବିଶେଷଜ୍ଞଙ୍କ କହିବା ଅନୁସାରେ କ୍ଲାଟ ୟୁଜି ପ୍ରଶ୍ନପତ୍ର ଇଂରାଜୀ ଭାଷା, କରେଣ୍ଟ ଆଫାୟର୍ସ, ସାଧାରଣ ଜ୍ଞାନ, ଆଇନ୍, ତାର୍କିକ ତର୍କ ଆଦି ବିଷୟକୁ ଅଧାର କରି ୧୫୦ ମାର୍କର ପ୍ରଶ୍ନ ଥାଏ। ପ୍ରାର୍ଥୀଙ୍କୁ ପ୍ରତ୍ୟେକ ସଠିକ ଉତ୍ତର ପାଇଁ ୧ ମାର୍କ ମିଳିଥାଏ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ଅଙ୍କ ବିୟୋଗ କରାଯାଇଥାଏ। ୨ ଘଣ୍ଟାର ପରୀକ୍ଷା ହୋଇଥାଏ।