ବଢ଼ିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା : ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ ବୋଲି କହିଲେ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ
Khabar Odisha:Plus-2-seats-in-Odisha-higher-secondary-schools-will-be-increased-if-needed
ଖବର ଓଡିଶା : 20/05/2023

ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦେଇଥିବା ସୂଚନା ଅନୁସାରେ, ଏଣିକି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ । ମହାମାରୀକୁ ଦୃଷ୍ଟିରେ ହୋଇଥିବା ଢାଞ୍ଚାକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯିବ । ଏହାସହ ଏବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତଥ୍ୟ ଅନୁସାରେ ଚଳିତ ବର୍ଷ ରାଜ୍ୟର ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ଯୁକ୍ତ କଲେଜରେ ପ୍ରଥମ ବର୍ଷ ପାଇଁ ଅଛି ୫ଲକ୍ଷ ୯ହଜାର ସିଟ୍ । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସିଟ୍ ବଢ଼ାଇ ପାରନ୍ତି ରାଜ୍ୟ ସରକାର । ଏଣୁ ଆବଶ୍ୟକ ପଡ଼ିଲେ ସିଟ୍ ବଢାଇବାକୁ ସେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଚଳିତ ମାସ ୧୦ ତାରିଖରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । CBSE ରେଜଲ୍ଟକୁ ପଛରେ ପକାଇଛି ରାଜ୍ୟ ବୋର୍ଡ । ମାଟ୍ରିକ ପାସ୍ ହାର ୯୬.୪୦ ପ୍ରତିଶତ ରହିଛି । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । A1 ଗ୍ରେଡ୍ ଅର୍ଥାତ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୪, ୧୫୮ ଜଣ ।

Subscribe

National International State Sports Entertainment