ଖୁବ୍ ଶୀଘ୍ର ଖୋଲିବ ଯୁକ୍ତ ଦୁଇ କଲେଜ୍ ! ବିଶୋଧନ ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
Khabar Odisha:Order-issued-to-clean-and-sanitize-plus-two-colleges
ଭୁବନେଶ୍ୱର, ଡିସେମ୍ବର ୫ ( ଖବର ଓଡ଼ିଶା):

 ଖୁବ୍ ଶୀଘ୍ର ଖୋଲିପାରେ ଯୁକ୍ତ ୨ କଲେଜ୍। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । 

ରାଜ୍ୟର ସବୁ ଯୁକ୍ତ ୨ କଲେଜ୍ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସରକାରୀ ଓ ଘରୋଇ କଲେଜ ଅଧକ୍ଷମାନଙ୍କୁ ନିର୍ଦେଶ ହେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।  କଲେଜ୍‌ର ଲାବୋରେଟାରୀ, ଶ୍ରେଣୀ ଗୃହ, ଶୌଚାଳୟ  ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ପ୍ରସ୍ତୁତି ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରୁ କଲେଜ୍‌ରେ ବନ୍ଦ ରହିଛି ।

  • Tags:

Subscribe

National International State Sports Entertainment