ଆରମ୍ଭ ହେଲା +୨ ପରୀକ୍ଷା, ୧୧୪୫ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି
Khabar Odisha:Odisha-CHSE-Plus-2-exam-begins-today
ଖବର ଓଡିଶା : 01/03/2023

 ଆରମ୍ଭ ହୋଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ଥିବାବେଳେ କାଲି କଳା ଓ ବାଣିଜ୍ୟ ଓ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ଆଜି ପରୀକ୍ଷାର ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପରିଚାଳନା ପାଇଁ ୨୦୨ଟି ହବ୍ ରହିଛି । ସକାଳ ୮ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଗୁଡିକ ପହଂଚିବା ପରେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ପୂର୍ବରୁ ସୂଚନା ରହିଛି। କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ, ବିଜ୍ଞାନରେ ୯୧,୩୭୯ ଜଣ, ବାଣିଜ୍ୟରେ ୨୩,୧୪୮ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ଏଥର ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାରରେ ୩ଲକ୍ଷ ୩୮ ହଜାର ୨୨୧ଜଣ, ଏକ୍ସ-ରେଗୁଲାରରେ ୧୭ ହଜାର ୬୯୬ ଓ ଦୂର ନିରନ୍ତରରେ ୨୦୨୫ଜଣ ପରୀକ୍ଷାର୍ଥୀ ଅଛନ୍ତି। ସକାଳ ୯ଟା ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଛନ୍ତି ପରୀକ୍ଷାର୍ଥୀ। ଆଡମିଟ୍ କାର୍ଡ, ବ୍ଲାକ୍ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କୌଣସି ସାମଗ୍ରୀ ପରୀକ୍ଷା ହଲକୁ ପରୀକ୍ଷାର୍ଥୀ ନେଇପାରିବେ ନାହିଁ। 

Subscribe

National International State Sports Entertainment