ଏପ୍ରିଲ ୩୦ ଯାଏ ବଢିଲା ଓଜେଇଇ-୨୦୨୨ ଆବେଦନ ଅବଧି, ମେ ଶେଷ ସପ୍ତାହରୁ ମିଳିବ ଆଡମିଟ କାର୍ଡ ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡିଶା): Share story: ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ଆବେଦନ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଶେଷ ଅବଧି ୧୩ ତାରିଖ ଯାଏ ଥିଲା । ସେହିପରି ମେ ଶେଷ ସପ୍ତାହରୁ ଆଡମିଟ କାର୍ଡ ମିଳିବ । ତେବେ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ରେ ଆଡମିଡ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଜୁନ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ କରାଯିବ । ସେହିପରି ଜୁନ ତୃତୀୟ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ୱେବସାଇଟରେ ଦେଖିପାରିବେ । ଖବର ଓଡ଼ିଶା, Reporter, 14/04/2022