ଇଂଲିଶ କହିବା ଶିଖାଇବ ଗୁଗୁଲ, ଲଞ୍ଚକଲା ନୂଆ ଆପ
Khabar Odisha:Natioanl-Odisha-Google-launches-BOLO-app-for-English-learning
ମୁମ୍ୱାଇ, ମାର୍ଚ୍ଚ ୦୬(ଖବର ଓଡିଶା):

ଇଂଲିସ କହିବାକୁ ପ୍ରାୟତଃ ସମସ୍ତେ ଚାହାଁନ୍ତି । ଏହି ଇଚ୍ଛା ଦିନକୁ ଦିନ ବଢିବାରେ ଲାଗିଛି । ଆଜିର ଯୁବପିଢି ମଧ୍ୟ ଇଂଲିସ ଶିଖିବା ପାଇଁ ଚାହୁଁଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଆଗାମୀ ପିଢି, କାରଣ ଆଜି ସମସ୍ତେ ଚାହାଁନ୍ତି କି ତାଙ୍କ ପିଲାମାନେ ଭଲ ଇଂଲିସ କୁହନ୍ତୁ ।  ଏହି ଆଗ୍ରହକୁ ନଜରରେ ରଖି ଗୁଗୁଲ ଆଣିଛି ନୂଆ ଆପ୍ । 

ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଇଂଲିସ ଶିଖାଇବା ପାଇଁ ଆଜି ଏକ ଆପ୍ ଲଞ୍ଚ୍ କରିଛି । ଏହି ଆପ୍ ର ନାମ ରଖାଯାଇଛି “ବୋଲୋ” । ଏହି ଆପ୍ଲିକେସନ ମାଧ୍ୟମରେ ପିଲାମାନଙ୍କୁ ହିନ୍ଦୀ ଓ ଇଂଲିସ ଶିଖିବା ସହଜ ହେବ । ଶବ୍ଦଗୁଡିକର ଉଚାରଣରେ ମଧ୍ୟ ଏହି ଆପ୍ଲିକେସନ ସାହାଯ୍ୟ କରିବ । ଏହି ଆପ୍ଲିକେସନକୁ ସର୍ବପ୍ରଥମେ ଭାରତରେ ହିଁ ଲଞ୍ଚ୍ କରାଯାଇଛି । 

ଏହି ଆପ୍ଲିକେସନ ଅଫଲାଇନରେ ମଧ୍ୟ ଚାଲିବ । କୌତୁହଳ ସହିତ ପିଲାମାନଙ୍କୁ ଉଭୟ ହିନ୍ଦୀ ଓ ଇଂଲିସ ଶିଖିବାରେ ଏହା ସାହାଯ୍ୟ କରିବ । ମନୋରଂଜନ ଶୈଳୀରେ ପିଲାମାନଙ୍କୁ ଏହି ଆପରେ ଶିଖିବାକୁ ମିଳୁଥିବାରୁ ପିଲାମାନେ ସହଜରେ ଇଂଲିସ ଓ ହିନ୍ଦୀ ଶିଖିପାରିବେ । 

Subscribe

National International State Sports Entertainment