ଶନିବାର ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ ଏବଂ ନିର୍ଦ୍ଦେଶ ଅନୁସାରେ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ଓ୍ବେବସାଇଟରେ ନିଟ୍-ୟୁଜି ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏନଟିଏ ଓ୍ବେବସାଇଟ nta.ac.in ରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ପରୀକ୍ଷା କେନ୍ଦ୍ର ଓ ସହର ଅନୁସାରେ ଫଳ ପ୍ରକାଶ ପାଇଛି । ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି ।
ଚଳିତବର୍ଷ ମେ’୫ ରେ ନିଟ୍-ୟୁଜି ପରୀକ୍ଷା ହୋଇଥିଲା। ଏହାର ଫଳାଫଳ ୪ ଜୁନ୍ ୨୦୨୪ରେ ପ୍ରକାଶ ପାଇଥିଲା । ଏଥିରେ ମୋଟ୍ ୧୫୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା।
ଏହି ନିଟ୍-ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ ୧୮ ତାରିଖରେ ସହର ଏବଂ କେନ୍ଦ୍ର ଓ୍ବାରୀ ଫଳାଫଳ ପ୍ରକାଶ କରିବାକୁ ଏନଟିଏକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ।