ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ପାଇଁ ନୂଆ ତାରିଖ। ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ହେବ ନିଟ୍ ପିଜି । ଏନେଇ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସ(NBEMS )ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ପରୀକ୍ଷା।ନିଟ ପରୀକ୍ଷା ଲାଗି ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମାର କଟ୍ ଅଫ୍ ଡେଟ୍ ଅଗଷ୍ଟ ୧୫ ତାରିଖ ରହିଛି ।
ପୂର୍ବରୁ ଗତ ଜୁନ ୨୩ରେ ନିଟ୍ ପିଜି ହେବା ନେଇ ଚର୍ଚ୍ଚା ଚାଲିଥିଲା । ହେଲେ ପରୀକ୍ଷାରେ ଅନିୟମିତତା ଆଶଙ୍କା କରି ଦିନକ ପୂର୍ବରୁ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। NEET-UG ଏବଂ UGC-NETରେ ଅନିୟମିତତା ଅଭିଯୋଗ ପରେ ସରକାର ଏଭଳି ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ। ଗତ କିଛି ଦିନ ମଧ୍ୟରେ ହୋଇଥିବା ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ ଆଣିଥିଲେ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ପରିଚାଳିତ NEET-PG ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା ବେଳେ ଶୁକ୍ରବାର ତାରିଖ ଘୋଷଣା ହୋଇଛି।