ଆସନ୍ତା ୨୩ରୁ ଆରମ୍ଭ ହେବ ମାଟ୍ରିକ ସମେଟିଭ୍-୧ ପରୀକ୍ଷା, ନଭେମ୍ବର ୧୧ରୁ ପ୍ରାକ୍ଟିକାଲ ଭୁବନେଶ୍ୱର, ନଭେମ୍ବର ୪(ଖବର ଓଡିଶା): Share story: ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ଯାଏଁ ହେବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା । ଏନେଇ ଶୁକ୍ରବାର ବୋର୍ଡ ଅଫିସରୁ ପ୍ରେସମିଟ୍ କରି ସୂଚନା ଦିଆଯାଇଛି । ତେବେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଏହାପରେ ଥିଓରି ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଛନ୍ତି । ଏହି ପରୀକ୍ଷା ରାଜ୍ୟର ୩୦୨୯ଟି ପରୀକ୍ଷା କେନ୍ଦ୍ରରେ କରାଯିବ । ଏଥିପାଇଁ ଆଜିଠାରୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି । ଖବର ଓଡ଼ିଶା, Reporter, 04/11/2022