ଏଣିକି କଲେଜରେ ହେବ ଏକ୍ସଟ୍ରା କ୍ଲାସ
Khabar Odisha:HE-Minister-Arun-Sahoo-directs-colleges-to-conduct-extra-classes-for-weak-students--those-having-low-attendance
ଭୁବନେଶ୍ୱର, ଜାନୁଆରୀ ୧୨ (ଖବର ଓଡ଼ିଶା):

ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ଲକ୍ଷ୍ୟରେ ବିଭନ୍ନ ନୂତନ ପଦକ୍ଷେପ ଗ୍ରହଣ କରୁଛି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ । କଲେଜରେ ଯେଉଁମାନଙ୍କ ଉପସ୍ଥାନ କମ ରହିଛି ସେମାନଙ୍କ ସୁବିଧା ପାଇଁ ଏଣିକି କଲେଜରେ ଏକ୍ସଟ୍ରା କ୍ଲାସକୁ କରିବା ନେଇ ଗୁରୁତ୍ୱ ଦିଆଯାଇଛି । ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀଙ୍କ ସହ ଦୁର୍ବଳ ଥିବା ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ଏକ୍ସଟ୍ରା କ୍ଲାସରେ ସାମିଲ କରାଯିବ ବୋଲି ଜଣାପଡିଛି ।

ଏହି ଏକ୍ସଟ୍ରା କ୍ଲାସରେ ମୁଖ୍ୟତଃ ପ୍ରାକ୍ଟିକାଲ କ୍ଲାସକୁ ଅଧିକ ଗୁରୁତ୍ୱ ଦିଆଯିବା ଉପରେ ଲକ୍ଷ୍ୟ ରଖା ଯାଇଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଦୁର୍ବଳ ଓ ଉପସ୍ଥାପନା କମ ଥିବା ଛାତ୍ର ଛାତ୍ରୀ ମଧ୍ୟ କିଭଳି ପରୀକ୍ଷାରେ ଭଲ ଫଳା ଫଳ କରିବେ ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଥିବା ସୂଚନା ମିଳିଛି । 

Subscribe

National International State Sports Entertainment