ଭୁବନେଶ୍ୱର, ଅକ୍ଟୋବର ୧୭(ଖବର ଓଡିଶା):
ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବିଭିନ୍ନ ପାଠ୍ୟକ୍ରମ ପାଇଁ ଆଜିଠୁ ୱେବ କାଉନସେଲିଂ ଆରମ୍ଭ ହେଉଛି । ବିଟେକ୍, ବିଆର୍କ, ବିପ୍ଲାନ୍, ବିକ୍ୟାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମଏସସି ପାଠ୍ୟକ୍ରମର କାଉନସେଲିଂ ହେବ । ଏନେଇ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ରେ ଦେଖିପାରିବେ ।
ତେବେ ଆଜିଠୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ୍ ଲକିଂ ଆରମ୍ଭ ହେବ । ଯାହା ୨ ତାରିଖରେ ଶେଷ ହେବ । ସେହିପରି ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ୫ରୁ ୮ ତାରିଖ ଭିତରେ ଛାତ୍ରଛାତ୍ରୀ ଅନଲାଇନରେ ରିପୋର୍ଟିଂ ଓ ଫି ଦାଖଲ କରିବେ । ଏହାପରେ ବିଟେକ୍ ର୍ୟାଙ୍କଧାରୀ ଓ ଆଗରୁ ପଞ୍ଜୀକରଣ କରିନଥିବା ଜେଇଇ ମେନ୍ ର୍ୟାଙ୍କଧାରୀମାନେ ସ୍ୱତନ୍ତ୍ର ଓଡେଇଇ ପାଇଁ ୬ରୁ ୧୧ ନଭେମ୍ବର ଯାଏ ପଞ୍ଜୀକରଣ କରିପାରିବେ ।
ସେହିପର୍ ନଭେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୪ରୁ ୧୬ ତାରିଖ ଭିତରେ ଅନଲାଇନ ରିପୋର୍ଟି କରିବେ । ୨୧ ନଭେମ୍ବର ଶେଷ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ କରାଯିବ ।