ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ନାମଲେଖା : DMET
Khabar Odisha:Enrollment-in-Kalahandi-Medical-College-from-this-year-DMET
ଖବର ଓଡିଶା : 21/02/2023

 କଳାହାଣ୍ଡି ଚଳିତ ଶିକ୍ଷା ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ହେବ ନାମଲେଖା। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି। ସେ କହିଛନ୍ତି, ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳରେ ପାଠପଢା ଆରମ୍ଭ ହେବ। ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ବର୍ତ୍ତମାନ ରାଜ୍ୟର ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି। ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି। ପ୍ରତ୍ୟେକ ନୂଆ ମେଡିକାଲ କଲେଜରେ ଶହେଟି ଲେଖାଏଁ ସିଟ ରହିଛି। ୧୦ଟି ମେଡିକାଲ କଲେଜରେ ମୋଟ ୧୪ଶହ ଏମବିବିଏସ ସିଟ ରହିଛି। ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରୁଛନ୍ତି। ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ବଣ୍ଡ ବା ଚୁକ୍ତି କରାଯାଉଛି। ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନେଇ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Subscribe

National International State Sports Entertainment