ଏପ୍ରିଲ ୮ରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ
Khabar Odisha:Education-odisha-Chse-exam-Paper-evaluation-will-start-from-april-8
ଭୁବନେଶ୍ୱର, ଏପ୍ରିଲ ୦୪ (ଖବର ଓଡ଼ିଶା):

ଚଳିତ ବର୍ଷ ମାର୍ଚ୍ଚ ୦୭ରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୦୮ରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ । ମୂଲ୍ୟାୟନ ପାଇଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୦୮ରୁ ଆରମ୍ଭ ହୋଇ ଏପ୍ରିଲ ୨୩ରେ ଶେଷ ହେଉଥିବା ବେଳେ ଏପ୍ରିଲ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । 

ଚଳିତ ଥର ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ୫୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ୩୬ଟି କେନ୍ଦ୍ରରେ ଅନଲାଇନରେ ମୂଲ୍ୟାୟନ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୦୮ରୁ ଆରମ୍ଭ ହେବାକୁ ଯାଉଛି । ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ ଯାହା ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୦୮ରୁ ଆରମ୍ଭ ହୋଇ ଏପ୍ରିଲ ୨୩ରେ ଶେଷ ହେଉଥିବା ବେଳେ ଏପ୍ରିଲ ୨୩ରୁ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ରାଜ୍ୟରେ ୩,୬୫,୮୨୬ ଜଣ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଯୁକ୍ତ ଦୁଇ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି । ସିଏଚଏସସି ପରୀକ୍ଷା ନିୟନ୍ତ୍ରକ ଏନେଇ ସୂଚନା ଦେଇଛନ୍ତି ।

Subscribe

National International State Sports Entertainment