ଏସଏସସି ୨୦୧୭ ପରୀକ୍ଷାର ରେଜଲ୍ଟ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ
Khabar Odisha:Education-Odisha-supreme-court-ordered-to-declare-result-of-ssc-2017-exam
ନୂଆଦିଲ୍ଲୀ,ମେ୦୯(ଖବର ଓଡ଼ିଶା):

ସୁପ୍ରିମକୋର୍ଟ ଷ୍ଟାଫ ସିଲେକ୍ସନ କମିସନଙ୍କୁ ଏସଏସସିର ୨୦୧୭ ପରୀକ୍ଷାର ପରିଣାମ ଘୋଷଣା କରିବାକୁ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶରେ ହଜାର ସଂଖ୍ୟକ ପରୀକ୍ଷାର୍ଥୀ ଉପକୃତ ହେବେ।  ଏସଏସସି ପରୀକ୍ଷାରେ ଅନିୟମିତତା ପରେ ବଡ଼ ସଂଖ୍ୟାରେ ଛାତ୍ରଙ୍କ ପୁର୍ନବାର ପରୀକ୍ଷା କରାଇବା ଦାବିକୁ ନେଇ ଆନ୍ଦୋଳନ ଜାରି ରଖିଥିଲେ। ପରୀକ୍ଷାରେ ଅନିୟମିତତାକୁ ନେଇ ସୁପ୍ରିମକୋର୍ଟ ଫଳାଫଳ  ଜାରି ଉପରେ ରୋକ୍ ଲଗାଇଥିଲେ। 

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏସଏସସି ପେପର ଲିକ୍ ସହ ଜଡିତ କେସରେ ଚାରି ଜଣଙ୍କୁ ଗିରଫ କରିଥିଲା। ଜେରା ସମୟରେ ଜଣା ପଡ଼ିଥିଲା ଯେ, ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କଠୁ ମୋଟା ଅଙ୍କର ଅର୍ଥ ନେବା ପରେ କମ୍ପ୍ୟୁଟରରେ ଏକ ସ୍ଵତନ୍ତ୍ର ସଫ୍ଟଓୟାରକୁ ଡାଉନଲୋଡ କରିଥିଲେ।  ଏହି  ସଫ୍ଟଓୟାରର ବିଶେଷତ୍ଵ ଏହା ଯେ ପ୍ରରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀ କେବଳ ସିଷ୍ଟମ ଖୋଲି ବସିବେ। ସେମାନେ ଅନଲାଇନ ପ୍ରଶ୍ନ ପତ୍ରର ଉତ୍ତର ଦେବେ ନାହିଁ। ତାଙ୍କ ଜାଗାରେ ଅନ୍ୟ କୌଣସି ବ୍ୟକ୍ତି ଅନ୍ୟ ଜାଗାରେ ବସି କମ୍ପ୍ୟୁଟର ମାଧ୍ୟମରେ ଅନଲାଇନରେ ପ୍ରଶ୍ନପତ୍ରର ଉତ୍ତର ଦେଉଥିବେ।

ଜେରା ସମୟରେ ଏହା ମଧ୍ୟ ଖୁଲାସା ହୋଇଛି ଯେ, ଯାହା ସହ ଏମିତି ସେଟିଂ ହୋଇଥିଲା, ସେମାନେ ପରୀକ୍ଷାର୍ଥୀଙ୍କ ସିଟ୍ ମଧ୍ୟ ବଦଳାଇ ଦେଇଥିଲେ।  ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଇବା ବଦଳରେ ପରୀକ୍ଷାର୍ଥୀଙ୍କଠୁ ୧୫ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା। ପୋଲିସ କହିଛି ଯେ, ଏହି ମାମଲା ଖୁବ୍ ଶୀଘ୍ର  ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ। ମାତ୍ର ଏହି ମାମଲା ଏତେ ଅଧିକ ଟେକ୍ନିକାଲ ଯେ ପ୍ରଥମେ ପୂରା ସିଷ୍ଟମକୁ ବୁଝିବାକୁ ପଡୁଛି।

Subscribe

National International State Sports Entertainment