UGC ଗାଇଡଲାଇନ ତର୍ଜମା ହେବ, ଜୁନ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ : ଅରୁଣ ସାହୁ
Khabar Odisha:College-exam-by-UGC
ଭୁବନେଶ୍ୱର, ଏପ୍ରିଲ ୩୦( ଖବର ଓଡ଼ିଶା):

 ଓଡ଼ିଶା କରୁଛି କରୋନା ମୁକାବିଲା । ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ୟୁଜିସି ପକ୍ଷରୁ ବାକି ଥିବା ପରୀକ୍ଷା ନେଇ ଗାଇଡଲାଇନ ଜାରି ହୋଇଛି । ଏହାର ତର୍ଜମା ହେବ, ଓଡ଼ିଶା ଅନୁସାରେ ଯାହା ଠିକ୍ ହେବ, ତାହା ଆମେ କରିବୁ।ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ।ଲକ୍‌ ଡାଉନ୍‌କୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ । ଯେକୌଣସି ସମୟରେ ପୁଣି ପରୀକ୍ଷା କରାଯିବ ।

ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ଜଣାପଡିଛି ।

  • Tags:

Subscribe

National International State Sports Entertainment