ଆଜି ପ୍ରକାଶ ପାଇବ ଆଇସିଏସଇ ପରୀକ୍ଷା ଫଳ:cisce.org ଓ results.cisce.org ୱେବସାଇଟରେ ହେବ ଉପଲବ୍ଧ
Khabar Odisha:CISCE-Class-10th-12th-results-at-3-pm-on-cisceorg
ଖବର ଓଡିଶା : 14/05/2023:

ଆଜି ପ୍ରକାଶ ପାଇବ ଆଇସିଏସଇ ପରୀକ୍ଷା ଫଳ । ଅପରାହ୍ନ ୩ଟାରେ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ । cisce.org ଓ  results.cisce.org ୱେବସାଇଟରେ ରେଜଲ୍ଟ ମିଳିପାରିବ । କାଉନସିଲ୍ ଫର ଦ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ବୋର୍ଡ ପକ୍ଷରୁ ନୂଆ ଦିଲ୍ଲୀରେ ଏହି ପରୀକ୍ଷା ଫଳ ପ୍ରକାଶ କରାଯିବ । ଚଳିତ ବର୍ଷ ଦେଶର ପ୍ରାୟ ୨ ଲକ୍ଷ ୪୦ ହଜାର ପିଲା ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଓଡିଶାରେ ୯ ହଜାର ଛାତ୍ରଛାତ୍ରୀ ୧୦ମ ପରୀକ୍ଷା ଓ ୬ ହଜାର ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି । ଗତ ଫେବୃୟାରୀ ୨୭ରେ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୯ରେ ସରିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ୧୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହୋଇଥିଲା ।  

Subscribe

National International State Sports Entertainment