ଉଗାଣ୍ଡା କାମ୍ପାଲା ଷ୍ଟାଡିୟମ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିବା ୩ ଓଡ଼ିଆ ଖେଳାଳି ସୁରକ୍ଷିତ
Khabar Odisha:Blast-in-uganda

 ନୂଆଦିଲ୍ଲୀ, ନଭେମ୍ବର ୧୬(ଖବର ଓଡ଼ିଶା): ଉଗାଣ୍ଡା ରାଜଧାନୀ କାମ୍ପାଲା ଷ୍ଟାଡିୟମ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ । ପାରା ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିବା ୩ ଓଡ଼ିଆ ଖେଳାଳି ସେହି ଷ୍ଟାଡିୟମ୍ ନିକଟରେ ରହିଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏହି ଆତ୍ମଘାତୀ ବିସ୍ଫୋରଣରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ବିସ୍ଫୋରଣରେ ଅନେକ ଆହାତ ହୋଇଥିବା ବେଳେ ବିସ୍ଫୋରଣ । ପାରା ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିବା ସମସ୍ତ ଖେଳାଳି ସୁରକ୍ଷିତ ଥିବା ସୂଚନା ମିଳିଛି ।

ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଦଳରେ ଓଡ଼ିଶାର ପ୍ରମୋଦ ଭଗତ, ଦୀପରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ରହିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment