ବହୁଚର୍ଚ୍ଚିତ ହନି ଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଆଜି ଇଣ୍ଟିଗ୍ରେଟେଡ୍ ଲ ପରୀକ୍ଷା ଦେବେ। ତେବେ ଜେଲରେ ପରୀକ୍ଷା ଦେବେ ଅର୍ଚ୍ଚନା ନାଗ | ସେଥିପାଇଁ ଜେଲ ଭିତରେ ସମସ୍ତ ପ୍ରସ୍ତୁତି ହୋଇଛି | କ୍ୟାପିଟାଲ ଲ’ କଲେଜ ପକ୍ଷରୁ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁଆରୀ ୩୧ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅର୍ଚ୍ଚନା ନାଗ ଲ’ ପରୀକ୍ଷା ଦେବେ । ଭୁବନେଶ୍ୱର କ୍ୟାପିଟାଲ ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ ଲ’ ର ସପ୍ତମ ସେମିଷ୍ଟର ପରୀକ୍ଷା ଦେବେ ଅର୍ଚ୍ଚନା। ଏଥିପାଇଁ ଜେଲ୍ ମାନୁଆଲ ଅନୁଯାୟୀ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅର୍ଚ୍ଚନାଙ୍କ ଆଡଭୋକେଟ୍ ଦେବାଶିଷ ମହାପାତ୍ର ଗଣମାଧ୍ୟମ ଆଗରେ ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଫର୍ମ ପୂରଣ ପାଇଁ କୋର୍ଟରେ ଅନୁମତି ମାଗିଥିଲେ ଅର୍ଚ୍ଚନା। କୋର୍ଟ ଫର୍ମ ପୂରଣ ପାଇଁ ଅର୍ଚ୍ଚନାଙ୍କୁ ଅନୁମତି ଦେଇଥିଲେ।