ବିପିୟୁଟି ନିଜର ତୋଗାଲକି ଫରମାନା ପୁନଃ ବିଚାର କରି ଛାତ୍ରଛାତ୍ରୀଙ୍କ ହିତରେ କାର୍ଯ୍ୟ କରୁ :ଏବିଭିପି
Khabar Odisha:BPUT-should-work-in-favour-of-students--ABVP
ଭୁବନେଶ୍ୱର, ଜୁଲାଇ ୦୧ (ଖବର ଓଡ଼ିଶା):

  ଓଡ଼ିଶାର ବୈଷୟିକ ବିଶ୍ୱବିଦ୍ୟାଳୟ ବିପିୟୁଟି ଶେଷ ସେମିଷ୍ଟାର ଛାତ୍ରଛାତ୍ରୀ ମାନଙ୍କ ଅନଲାଇନ ପରୀକ୍ଷା ପାଇଁ ଦେଇଥିବା ନିୟମାବଳି ତୋଗଲକ ଶାସନର ଫରମାନା ସଦୃଶ ପ୍ରତୀୟମାନ ହେଉଛିଦୀର୍ଘ ୨୭ ପୃଷ୍ଠାର ନିୟମାବଳି ଏମିତି ହୋଇଛି ଯେମିତିବି କୌଣସି ବି ବିଦ୍ୟାର୍ଥୀ ଏହାକୁ ପୁରଣ କରିପାରିବ ନାହିଁ

 

ନିୟମାବଳି ଲେଖାଯାଇଥିବା କମ୍ପୁଟର ଆବଶ୍ୟକତା ଗ୍ରାମାଞ୍ଚଳ ରେ ରହୁଥିବା ଅନେକ ଛାତ୍ର ମାନଙ୍କ ପାଇଁ ପୂରଣ କରିବା ସମ୍ଭବ ନୁହେଁଯେଉଁ ବିଶ୍ୱବିଦ୍ୟାଳୟ ନିଜ ଅଫିସରେ ଇଣ୍ଟରନେଟ ନାହିଁ ବୋଲି କହି ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ଠାରୁ ଆରମ୍ଭ କରି ପ୍ରମାଣପତ୍ର ପର୍ଯ୍ୟନ୍ତ ବିଳମ୍ବ କରିବାର ନଜିର ରହିଛି ସେହି ବିଶ୍ୱବିଦ୍ୟାଳୟରୁ ଏଭଳି ନିୟମାବଳି ହାସ୍ୟାସ୍ପଦ ଅଟେରାଜ୍ୟର ଅଧିକତର ସ୍ଥାନରେ ବିଜୁଳି କାଟ ଏକ ପ୍ରମୁଖ ସମସ୍ୟା ସେହି ସମୟରେ ଘଣ୍ଟା ଅବିରତ ବିଜୁଳି ରହିବା ପାଇଁ ନିୟମ କରିବା ବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଶକ୍ତି ବିଭାଗ ସହ କଥା ହୋଇ ସେଇ ସମୟରେ କେଉଁ ଜାଗାରେ ବି ବିଜୁଳି କଟାଯିବନି ବୋଲି ଲିଖିତ ପ୍ରତିଶୃତି ଦେବାଉଚିତ ବୋଲି ପରିଷଦ ଦାବି କରୁଛି। 

 

ଏହି ଭଳି ନିୟମ କରିବାଦ୍ୱାରା କେହିବି ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦିଅନ୍ତୁ ସେଥିପାଇଁ ଏକ ପ୍ରୟାସ ଚାଲିଛି ବୋଲି ଜଣାପଡୁଛିପରୀକ୍ଷା ପରିଚାଳନା କରୁଥିବା କମ୍ପାନୀର ଚୟନ କେଉଁ ଆଧାରରେ ହୋଇଛି ତାହା ମଧ୍ୟ ଏକ ପ୍ରଶ୍ନବାଚୀ! ବିଗତ ଦିନରେ ବିପିୟୁଟି ବହୁ ଦୁର୍ନୀତିରେ ଲିପ୍ତ ଥିବା ଗଣମାଧ୍ୟମରେ ବାରମ୍ବାର ଆସିଛିତେଣୁ ବିଦ୍ୟାର୍ଥି ପରିଷଦ ଏହା ଦାବି କରୁଛି ଯେ ରାଜ୍ୟ ସରକାର ବିପିୟୁଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନରଖି କେମିତି ଭଲରେ ନିଜର ଫଳାଫଳ ପାଇ ନିଜର ଭବିଷ୍ୟତ ଗଢିବେ ସେ ବିଷୟରେ ଚିନ୍ତା କରନ୍ତୁ ବୋଲି ଏବିଭିପିର ଟେକନିକାଲ ଷ୍ଟୁଡେଣ୍ଟ ସେଲର ରାଜ୍ୟ ସଂଯୋଜକ ପ୍ରୀତମ ଦାସ କହିଛନ୍ତିବର୍ତମାନର ମହାମାରୀ ପରିସ୍ଥିତିକୁ ସାମ୍ନା କରି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟ ଦିଗରେ ନିଆଯାଉଥିବା ନିଷ୍ପତି ଛାତ୍ର ହିତ ଏବଂ ବସ୍ତାବିକତା କୁ ଅଖିଆଗରେ ରଖି ନିଆଯାଉ ନହେଲେ ଆଗାମୀ ଦିନରେ ଯେଉଁ ଛାତ୍ର ଅସନ୍ତୋଷ ଦେଖାଦେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଶ୍ରୀ ପ୍ରୀତମ ଦାସ ଚେତାବନୀ ଦେଇଛନ୍ତି

  • Tags:

Subscribe

National International State Sports Entertainment