ଭୁବନେଶ୍ୱର: ଓଡିଶା ସବ ଅର୍ଡିନେଟ ଷ୍ଟାଫ ସେଲେକ୍ସନ କମିସନ(ଓଏସଏସଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଲଳିତ ଦାସ। ଓଏସଏସଏସସିରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହା ସହିତ ଅବସରପ୍ରାପ୍ତ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ର ଓ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀଙ୍କୁ ପ୍ରମୁଖ ଦାୟିତ୍ୱ ମିଳିବ। ଏ ସଂକ୍ରାନ୍ତରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ରାଜ୍ୟରେ ବିଭିନ୍ନ ପଦବୀରେ ନିଯୁକ୍ତିକୁ ନେଇ ଦେଖା ଦେଇଥିବା ଅନିୟମିତତାରେ ସୁଧାର ଆଣିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅନିୟମିତତା ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ସେମାନେ ବିକ୍ଷୋଭ ପ୍ରଦର୍ସନ କରିଥିଲେ। ପରୀକ୍ଷାରେ ସ୍ୱଛତା ତଥା ସଂସ୍କାର ଆଣିବା ନେଇ ସରକାର ପ୍ରତିଶୃତି ଦେଇଥିଲେ। ବର୍ତ୍ତମାନ ଓଏସଏଏସଏସସିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବା ପରେ ପରୀକ୍ଷା ବ୍ୟବସ୍ଥାରେ ନିଶ୍ଚିନ୍ତ ସୁଧାର ଆସିବା ବୋଲି ଆଶା କରାଯାଉଛି।