ଭଦ୍ରକ: ରେବ ଏବଂ କପାଳି ନଦୀର ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଅସୁରାଳି ଅଞ୍ଚଳ ବୁଲି ଦେଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଜି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅସୁରାଳି ଜୋନର ହାତିଆପଡ଼ା, ତୋରବନ୍ତିଆ, କାକୁଡିଗଡ଼ିଆ, ଲେଞ୍ଜରା, କାସିମପୁର ଓ ଫତେପୁର ଆଦି ଅନେକ ସ୍ଥାନକୁ ଯାଇଥିଲେ। ଏବେ ମଧ୍ୟ ପାଣି ଘେରରେ ଥିବା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିବା ସହ ସେମାନଙ୍କ ସହ ସମାଧାନ ପାଇଁ ଆଲୋଚନା କରିଥିଲେ। ଏଥି ସଙ୍ଗେ ସଙ୍ଗେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଧାନ ଫସଲ ଏବଂ ପ୍ରଭାବିତ ରାସ୍ତା ଘୋଷରା ଆଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରୀ ସୂରଜଙ୍କ ସହିତ ବରିଷ୍ଠ ନେତା ଅଶୋକ ପୁହାଣ,ହରେକୃଷ୍ଣ ପଢି ,ବୈକୁଣ୍ଠ ସାହୁ ପ୍ରମୂଖ ବନ୍ୟାଞ୍ଚଳ ବୁଲି ଦେଖିଥିଲେ।