ବାଲେଶ୍ବର: ଲଗାଣ ବର୍ଷାରେ ଦବିଗଲା ରାସ୍ତା। କଂକ୍ରିଟ ରାସ୍ତା ତଳୁ ମାଟି ଅତଡାଖସି ଯିବାରୁ ରାସ୍ତାଟି ପ୍ରାୟ ୫୦୦ ମିଟର ତଳକୁ ଦବିଯାଇଛି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଇଗଣବାଡିଆ ନିକଟରେ ଧସିଛି ରାସ୍ତା। ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଆପାଳ - କମର୍ଦ୍ଦା ମୁଖ୍ୟ ରାସ୍ତା ବାଇଗାଣବାଡିଆ ନିକଟରେ ୫୦୦ ମିଟରରୁ ଉର୍ଧ୍ବ କଂକ୍ରିଟ ରାସ୍ତା ତଳୁ ମାଟି ଅତଡା ଖସି ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହା ସହିତ ନଦୀ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ରାସ୍ତା ଦାବି ଯିବାରୁ ଯାତାୟାତ ବାଧା ପ୍ରାପ୍ତ ହୋଇଛି। ବର୍ଷା ଯୋଗୁଁ ବିଜୁଳି ଯୋଗାଣରେ ମଧ୍ୟ ବ୍ୟତିକ୍ରମ ଘଟିଥିବା ସ୍ଥାନୀୟ ବାସୀଙ୍କ ଠାରୁ ପ୍ରକାଶ। ତେବେ ଏ ନେଇ ସ୍ଥାନୀୟବାସୀ ପ୍ରଶାସନର ଦୃଷ୍ଟିଆକର୍ଷଣ କରୁଥିବା ବେଳେ, ପ୍ରଶାସନ ସେଠାରେ ପହଂଚୁ ନଥିବାର ଅଭିଯୋଗ ହେଉଛି।