ବିଲୁପ୍ତ ପ୍ରାୟ ଅଜଗର ସାପକୁ ମାରିବା ମହଙ୍ଗା ପଡ଼ିଛି । ମୟୁରଭଞ୍ଜ କୁଳିଅଣା ରେଞ୍ଜର ସୈରୀ ଗାଁରେ ଅଜଗର ସାପକୁ ମାରିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ତୁରନ୍ତ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ ।
ଗତ କାଲି କୁଳିଅଣା ରେଞ୍ଜର ସୈରୀ ଗାଁ ମୁଣ୍ଡରେ ଏକ ବିରାଟ ଅଜଗର ସାପକୁ ଦେଖଥିଲେ ଗ୍ରାମବାସୀ । ଏହା ପରେ ତାକୁ ଘୋଷାଡ଼ି ଘୋଷାଡ଼ି ପ୍ରଦର୍ଶନ କରିଥିଲେ ଜଣେ ବ୍ୟକ୍ତି । ହାତରେ ବିରାଟ କଟୁରୀ ଧରି ଟାଣି ଟାଣି ନେଉଥିବା ଦୃଶ୍ୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହାକି ପରିବେଶ ପ୍ରେମୀଙ୍କ ସହ ବନ୍ୟଜନ୍ତୁଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ଆଘାତ ଦେଇଥିଲା । ଏହି ଘଟଣାରେ ତୁରନ୍ତ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି ପୋଲିସ।
ଅଜଗର ସାପଟି ପାଖାପାଖି ବାର ରୁ ପନ୍ଦର ଫୁଟର ଲମ୍ବ ହେବ ଏବଂ ପୁରା ମଧ୍ୟମ ବୟସର ହେବ ବୋଲି ଅନୁମାନ କରାଯାଉଛି । ଗ୍ରାମବାସୀ ସାପକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ନିହାତି ତାକୁ ଉଦ୍ଧାର କରା ଯାଇପାରିଥାନ୍ତା ହେଲେ ସେ ଭଳି କିଛି ନ କରି ସାପକୁ ମାରି ତାକୁ ରାସ୍ତାରେ ଘୋଷାଡି ଘୋଷାଡି ନେବା ଅତ୍ୟନ୍ତ ଦୁଃଖଦ ଘଟଣା । ତେବେ ଖବର ଜଣାପଡ଼ିବା ପରେ ତଦନ୍ତ କରାଯିବ ବୋଲି ବାରିପଦା ଡିଏଫଓ କହିଥିଲେ ।
ଅଜଗର ସାପ ହେଉଛି ସିଡୁଲ ଓ୍ବାନ ପ୍ରଜାପତିର । ଏହା ପ୍ରାୟ ବିଲୁପ୍ତ ଅବସ୍ଥାରେ । ତେଣୁ ଏହି ସାପକୁ ଦେଖିଲେ ମାରିବା ତ ଦୁରର କଥା ତାର ଫଟୋ ଉଠାଇବା ମଧ୍ୟ ବେଆଇନ । ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ କହିଛନ୍ତି, ମୟୁରଭଞ୍ଜ ଜିଲ୍ଲାରେ ପୂର୍ବରୁ ଏହି ପରି ଅଜଗର ସାପ ମାରି ଲୋକେ ତାର ମାଂସ ଖାଉଥିବା ର ମଧ୍ୟ ଦେଖା ଯାଇଛି,ତେବେ ଏହି ଅଜଗରକୁ ମାରି କ'ଣ କଲେ ତାହା ଜଣାପଡିନାହିଁ ।