ନବରଙ୍ଗପୁର: ମଙ୍ଗଳବାର ଘଟଣାକୁ ନେଇ ମାନବିକତା ଉପରେ ପ୍ରଶ୍ନ ଉଠିଛି। ମଣିଷ ପଣିଆ ଲଜ୍ୟାରେ ନତମସ୍ତକ ହୋଇଯାଇଛି। ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ତ ଏକ ଟାୱାର ପାଚେରି ପାର୍ଶ୍ୱରୁ ଜଣେ ୧୧ ବର୍ଷୀୟା ନାବାଳିକା ର ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ଜଣଙ୍କ ମଙ୍ଗଳବାର ଦିନ ପ୍ରାୟ ଏକ ଘଣ୍ଟିକା ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବା ରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ। ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଝିଅର ସମସ୍ତ ସାଙ୍ଗସାଥି ଏବଂ ପୋଡଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ବହୁ ଖୋଜଖୋଜି କରି ରାତି ପରେ ଗ୍ରାମର ବିଦ୍ୟାଳୟ ପଛ ପଟେ ଥିବା ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଆଲୋଚନା ଏବଂ ସନ୍ଦେହ କରାଯାଉଛି। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପୋଲିସ। ଘଟଣା ସ୍ଥଳରେ ପହଂଚି ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ଅତିରିକ୍ତ ଏସ୍ପି ବଟକୃଷ୍ଣ ମିଶ୍ର ଏବଂ ନବରଙ୍ଗପୁର ଥାନା ଅଧିକାରୀ, ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏବଂ ଗ୍ରାମ ବାସୀ ମାନେ ମଧ୍ୟରାତ୍ରରେ ଟାଇର ଜାଳି ରାସ୍ତା ରୋକ କରିଛନ୍ତି। ଅନ୍ୟପଟେ ନବରଙ୍ଗପୁର ପୋଲିସ ଏସଡିପିଓ କୃଷ୍ଣଚନ୍ଦ୍ର ଭତରା କହିଛନ୍ତି ଏହି ଘଟଣା ତଦନ୍ତ ଚାଲିଛି ଶଵ ବ୍ୟବଚ୍ଛେଦ ହେଲା ପରେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିବ ଏବଂ ଯଥାଶୀଘ୍ର ଦୋଷୀଙ୍କୁ ଧରି କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି l