ଭୁବନେଶ୍ୱର: ଭୀଷଣ ବାତ୍ୟା ରୂପ ନେଲା ସାମୁଦ୍ରିକ ଝଡ 'ଦାନା'। ଏହା ଭିତରକନିକା ଧାମରା ମଧ୍ୟରେ ସ୍ଥଳଭାଗକୁ ଛୁଇଁବାକୁ ଯାଉଛି। କେନ୍ଦ୍ରୀୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଏହା କେନ୍ଦ୍ରୀଭୂତ ହୋଇସାରିଛି। ବର୍ତମାନ ଉପକୂଳ ଆଡକୁ ମୁହାଁଉଛି ଏହି ସାମୁଦ୍ରିକ ଝଡ। ଘଣ୍ଟାକୁ ୧୫ କିମି ବେଗରେ ଉପକୂଳ ଆଡକୁ ମୁହାଁଉଛି। ଧାମରାର ଦକ୍ଷିଣ ପୂର୍ବ ଦିଗରେ ୩୧୦ କିମି ଦୂରରେ ବାତ୍ୟା ରହିଥିବାର ସୂଚନା ମିଳୁଛି। ପାରାଦୀପର ଦକ୍ଷିଣ ପୂର୍ବକୁ ୨୮୦ କିମି ଦୂରରେ ରହିଛି। ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ। ଗତ ରାତିରେ ଭୀଷଣ ବାତ୍ୟାର ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ଦାନା।
ଇତିମଧ୍ୟରେ ରାଜ୍ୟରେ ପାଣିପାଗରେ ପରିବର୍ତନ ଆସି ସାରିଛି। ବିଭିନ୍ନ ସ୍ଥାନରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଦେଖା ଦେବା ସହ ପବନ ମଧ୍ୟ ଆରମ୍ଭ ହୋଇଛି। ଧାମରାରେ ହାଲୁକା ବର୍ଷା ସମେତ ପବନର ବେଗ କ୍ରମଶଃ ବୃଦ୍ଧିପାଉଛି। ଭିତରକନିକାରେ ମଧ୍ୟ ବର୍ଷା ଲାଗିରହିଛି।
ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ ପାଇଁ ବାରଣ କରାଯାଇଛି। ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତକରଣ କରାଯାଇଛି।